ପିଏମଶ୍ରୀ ବଟେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ବାର୍ଷିକ ଉତ୍ସବ

ପିଏମଶ୍ରୀ ବଟେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ବାର୍ଷିକ ଉତ୍ସବ

କୋଣାର୍କ,୧୯.୧୨- କୋଣାର୍କ ନିକଟସ୍ଥ ବାଲିଦୋକାନ ସ୍ଥିତ ପିଏମଶ୍ରୀ ବଟେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ବିଦ୍ୟାଳୟ ପରିସରରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ କୈଳାସ ଚନ୍ଦ୍ର ରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କାକଟପୁର ବ୍ଲକ ମଣ୍ଡଳ ଶିକ୍ଷା ଅଧିକାରୀ ରବୀନ୍ଦ୍ରନାଥ ନନ୍ଦ , ମୂଖ୍ୟବକ୍ତା ଭାବେ ନିମାପଡ଼ା ଜାଭିୟର ଇନଷ୍ଟିଚ୍ୟୁଟ ଅଫ ହୋଟେଲ ମ୍ୟାନେଜମେଣ୍ଟ ଅଧକ୍ଷ ଅଶୋକ କୁମାର ସ୍ବାଇଁ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ସହ ଶିକ୍ଷା ଅଧିକାରୀ ସ୍ଵର୍ଣ୍ଣ ଲତା ତ୍ରୀପାଠୀ, ଅବସରପ୍ରାପ୍ତ ସହ ଶିକ୍ଷା ଅଧିକାରୀ ପଙ୍କଜିନି ଦେଇ, ସହ ଶିକ୍ଷା ଅଧିକାରୀ ବ୍ରହ୍ମାନନ୍ଦ କାଣ୍ଡି, ଆୟୁଷ ଡାକ୍ତର ସୌମ୍ୟକାନ୍ତ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଛାତ୍ର ଛାତ୍ରୀ ମାନେ ନିଜକୁ ସୁସଂଗଠିତ କରି ପାଠ ପଢ଼ାରେ ଧ୍ୟାନ ଦେବା ସହ କ୍ରୀଡା, କଳା,ସାହିତ୍ୟ, ନୃତ୍ୟ, ସଙ୍ଗୀତ ଓ ସାମାଜିକ କାର୍ଯ୍ୟ ପ୍ରତି ଆଗ୍ରହ ପ୍ରକାଶ କରିବା ଉଚିତ୍।

ପ୍ରତି କ୍ଷେତ୍ରରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ନିଜକୁ ସମର୍ପିତ କରି ପାରିଲେ ଜଣେ ଉତ୍ତମ ବ୍ୟକ୍ତି ହୋଇପାରିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ପୂର୍ବରୁ ବିଦ୍ୟାଳୟରେ ଆୟୋଜିତ ବିଭିନ୍ନ ବିଭାଗରେ କ୍ରୀଡା, ସାହିତ୍ୟ, ବିଜ୍ଞାନ, ଏନସିସି, ସ୍କାଉଟ ଆଦିରେ ସଫଳତା ହାସଲ କରିଥିବା ଛାତ୍ର ଓ ଛାତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ମଧ୍ୟାହ୍ନ ଭୋଜନ ବିରତି ପରେ ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ରଙ୍ଗାରଙ୍ଗ ନୃତ୍ୟ ଓ ଗୀତ ପରିବେଷଣ କରି ଉତ୍ସବକୁ ଆକର୍ଷଣୀୟ ଭାବେ ପାଳନ କରିଥିଲେ। କାର୍ଯ୍ୟକ୍ରମରେ ସିଆରସିସି ସସ୍ମିତା ତ୍ରୀପାଠୀ ମଞ୍ଚ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ଅଭିଭାବକ ମାନେ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *