କବିତା ପାଠୋତ୍ସବ ଅନୁଷ୍ଠିତ।

ପୁରୀ ୨୯/୧୨ ଆଜି ପବିତ୍ର ଶାମ୍ବ ଦଶମୀ ତିଥିରେ ଚାଖି ଖୁଣ୍ଟିଆ ବା ଚନ୍ଦନ ହଜୁରୀ ଙ୍କ ୨୦୪ ତମ ଜୟନ୍ତୀ ଅବସରରେ ସଦଭାବନା ସଭାଗୃହ ଠାରେ ଏକ ଦେଶାତ୍ମବୋଧକ ଓ ଆଧ୍ୟାତ୍ମିକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା।ଜିଲ୍ଲା ପ୍ରଶାସନ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଓ ଚାଖି ଖୁଣ୍ଟିଆ ସ୍ମୃତି ସମିତି ସହଯୋଗରେ ଆୟୋଜିତ ଏହି କବିତା ପାଠୋତ୍ସବ ରେ ସଂଯୋଜନା ଓ କବିତା ପାଠ କରିଥିଲେ ଅନାମ ଚରଣ ସାହୁ, ଶିବ ସୁନ୍ଦର ମିଶ୍ର ଓ କ୍ରିଷ୍ଣା ମହାପାତ୍ର।ଚାଖି ଙ୍କ ସ୍ମୃତି ଓ ଆଧ୍ୟାତ୍ମିକ ଦିଗ ଉପରେ କବିତା ପଠନ କରିଥିଲେ ରମାକାନ୍ତ କର,ଚାରୁଲତା ମିଶ୍ର,ସୁଚରିତା ପ୍ରତିହାରୀ, ଯୋଗେଶ୍ବର ପ୍ରହରାଜ,ଅର୍ଜୁନ ପରମଗୁରୁ, ଯୋଗେନ୍ଦ୍ର ନାଥ ସାହୁ,ମୀରା ମହାନ୍ତି, Effect ସୁଚରିତା ଦାଶ,ସଦାଶିବ ମିଶ୍ର, ଅନନ୍ତ ପ୍ରଧାନ, ତ୍ରିନାଥ ଦାଶ,ଚନ୍ଦ୍ର ଶେଖର ମହାରଣା, ପ୍ରଦୀପ୍ତ ରାୟ ପ୍ରମୁଖ କବିତା ପଠନ କରିଥିଲେ।

Leave a Reply

Your email address will not be published. Required fields are marked *