ପାରାଦ୍ୱୀପ ରେ ପୋକଲିନ ଅପରେଟର ମାଡ଼ ଘଟଣା
Date-04/01/26*ପାରାଦ୍ୱୀପ ରେ ପୋକଲିନ ଅପରେଟର ମାଡ଼ ଘଟଣା*ଏସ୍ପିଙ୍କୁ ଭେଟି ନ୍ୟାୟ ମାଗିଲେ ଅପରେଟର ସଂଘଆଙ୍କର- ପାରାଦ୍ୱୀପ ରେ ପୋକଲିନ ଅପରେଟର ଗୋବିନ୍ଦ ଦାସଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଆଦର୍ଶ ଥାନାରେ ଅଭିଯୋଗ କରିଥିଲେ ଗୋବିନ୍ଦ । ତେବେ ଏକ ସପ୍ତାହ ବିତି ଯାଇଥିଲେ ମଧ୍ୟ ଗୋବିନ୍ଦ ଙ୍କୁ ଆଜି ପର୍ଯ୍ୟନ୍ତ ନ୍ୟାୟ ମିଳି ପାରି ନାହିଁ । ତେବେ ମାଲିକ କୂଲଦୀପ ନାୟକଙ୍କ ପୁଅ ବନ୍ଦର 5 ନମ୍ବର ଗେଟ ସମ୍ମୁଖରେ ମାଡ଼ ମାରିଥିବା ଅଭିଯୋଗ ହୋଇ ଥିଲା । ଏପରିକି ଜୀବନରୁ ମାରିଦେବାକୁ ଧମକ ଦେବା ସହିତ ମିଛ କେଶ ରେ ଫସାଇ ଜେଲ ପଠାଇ ଦେବାକୁ ଧମକ ଦେଇଥିଲେ । ତେବେ ଜୀବନ ପ୍ରତି ବିପଦ ଥିବା ନେଇ ଜଗତସିଂହପୁର ଏସ୍ପି ଙ୍କୁ ଗୋବିନ୍ଦ ଓ ଅପରେଟର ସଂଘ ଆଲୋଚନା କରିବା ସହିତ ଦୋଷୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଗୋବିନ୍ଦ ଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଅନୁରୋଧ କରିଛନ୍ତି । ଏସ୍ପି ଙ୍କ ପ୍ରତିଶ୍ରୁତି ପରେ ଆସ୍ୱସ୍ତି ଅନୁଭବ କରିଛନ୍ତି ଗୋବିନ୍ଦ ।
