ନାରୀ ଓ ଛାତ୍ରୀ ଙ୍କ ବିରୁଦ୍ଧରେ ହେଇଥିବା ନିର୍ଯାତନା ବିରୁଦ୍ଧରେ ପୋଲିସ ମହାନିର୍ଦ୍ଦେଶକଙ୍କ ଅଭିଯୋଗ
ନାରୀ ଓ ଛାତ୍ରୀ ଙ୍କ ବିରୁଦ୍ଧରେ ହେଇଥିବା ନିର୍ଯାତନା ବିରୁଦ୍ଧରେ ପୋଲିସ ମହାନିର୍ଦ୍ଦେଶକଙ୍କ ଅଭିଯୋଗ ।
କନ୍ଧମାଳ ତ। ୦୮/୦୮/୨୦୨୫ ଫୁଲବାଣୀ ସମ୍ପ୍ରତି ରାଜ୍ୟରେ ଛାତ୍ରୀ ଓ ନାରୀ ନିର୍ଯାତନା ର ଅହେତୁକ ବୃଦ୍ଧି ପାଇବା ଘଟଣା ବର୍ତ୍ତମାନ ଏକ ରାଜନୈତିକ ମୋଡ଼ ନେଇଛି। ଗତ କିଛି ଦିନରେ ରାଜ୍ୟର ଛାତ୍ରୀ ଓ ନାରୀମାନେ ଯେପରି ନିର୍ଯାତନାର ଶିକାର ହେଉଛନ୍ତି, ତାହା ରାଜ୍ୟର ସମଗ୍ର ଛାତ୍ର ସମାଜକୁ ସ୍ଥମ୍ଭିଭୂତ କରିଛି। ଅସଦାଚରଣ, ଅପହରଣ, ଦୁଷ୍କର୍ମ,
ଗଣଦୁଷ୍କର୍ମ, ହତ୍ୟା ଆଦି ଘଟଣା ପ୍ରତିଦିନ ଖବରକାଗଜର ଶିରୋନାମା ପାଲଟିଛି । ନିୟମିତ ଭାବେ ଏହିଭଳି ହୃଦୟ ବିଦାରକ ଘଟଣାମାନ ଲୋକଲୋଚନକୁ ଆସୁଥିବାରୁ, ଏକ ଭୟର ବାତାବରଣ ରାଜ୍ୟରେ ସୃଷ୍ଟି ହୋଇଛି । ଯେଉଁ କାରଣରୁ ଛାତ୍ରୀ ଓ ମହିଳା ମାନେ ଏକୁଟିଆ ଘରୁ ବାହାରିବାକୁ ନିରାପଦ ମଣୁ ନାହାନ୍ତି। ଯାହା କେବଳ
ରାଜ୍ୟରେ ନୁହେଁ ବରଂ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।ନିକଟ ରେ ଘଟିଥିବା ଏଫ୍ ଏମ୍ କଲେଜ ଛାତ୍ରୀ ଙ୍କ ଆମ୍ ଆହୁତି ଦେବା ଗୋପାଳପୁର ବେଳାଭୂମି ରେ ଜଣେ କଲେଜ ଛାତ୍ରୀ, ଗଣ ଦୁଷକର୍ମ ର ଶିକାର ହେବା, ପୁରୀ ଜିଲ୍ଲା ବଳଙ୍ଗା ରେ ଜଣେ ନାବାଳିକା କୁ ପୋଡ଼ି ମାରି ଦେବାକୁ ଉଦ୍ୟମ
କରାଯିବା ଭଳି ଘଟଣା ଓଡ଼ିଶା ବାସୀଙ୍କୁ ଅଛପା ନାହିଁ । ଏ ସବୁ ଘଟଣା କୁ କେନ୍ଦ୍ର କରି ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ରାଜ୍ୟ ସରକାର ଙ୍କ ନାରୀ ସୁରକ୍ଷା ଆଇନ ର ବିଫଳତା କୁ ନେଇ ପ୍ରଶ୍ନ ଉଠାଇଛି ।କନ୍ଧମାଳ ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ର ଆହ୍ୱାନ କ୍ରମେ ଶୁକ୍ରବାର ଦିନ ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓଡ଼ିଶା ର ପୋଲିସ ମହାନିର୍ଦ୍ଦେଶକ ଙ୍କ ଉଦ୍ଧେଶ୍ୟ ରେ ଏକ ସ୍ମାରକ ପତ୍ର ସ୍ଥାନୀୟ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ । ଙ୍କୁ ପ୍ରଦାନ କରିଥିଲେ । ଉକ୍ତ ଦାବିପତ୍ର ରେ ସରକାର ନିଷ୍ପକ୍ଷ ଓ ତ୍ଵରିତ ତଦନ୍ତ କରି ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଦିଗରେ ଦୋଷୀମାନଙ୍କ ଉପରେ ଦୃଷ୍ଟାନ୍ତମୂଳକ
କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଶିକ୍ଷା ସ୍ଥଳଗୁଡ଼ିକରେ ଛାତ୍ରୀମାନଙ୍କ ର ସୁରକ୍ଷା ବୃଦ୍ଧି କରିବାକୁ ଦୃଢ଼ ପଦକ୍ଷେପ ନେବା ସହ ନାରୀ ସୁରକ୍ଷା ପାଇଁ ଅଧୂକ କ୍ରିୟାଶୀଳ ଓ ପ୍ରଭାବଶାଳୀ ମେକାନିଜମ୍ ଗଠନ କରିବାକୁ ଦାବୀ ପତ୍ର ରେ ଉଲ୍ଲେଖ ରହିଛି ଜିଲ୍ଲା ଛାତ୍ର ସଭାପତି ଶ୍ରୀ ସୁନୀଲ ସେଠୀ ଙ୍କ ନେତୃତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ,ଛାତ୍ର ଉପ ସଭାପତି ପ୍ରବୀଣ ବେହେରା, ଅକ୍ଷୟ ପ୍ରଧାନ, ରଜ୍ୟ ସମ୍ପାଦକ ଶତ୍ରୁଘନ ମହାନନ୍ଦିଆ, ରାଜ ସମେତ ବହୁ କର୍ମୀ ଓ ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଫୁଲବାଣୀ ର ଛାତ୍ର ଛାତ୍ରୀ ସାମିଲ ହୋଇଥିଲେ।
