ପୁରୀରେ ପୋଲିସ୍ ର ଏନକାଉଁଟର
ପୁରୀ ରେ ପୋଲିସ୍ ର ଏନକାଉଁଟର। ବାସେଳି ସାହି ଥାନା ଲୋକନାଥ ମନ୍ଦିର ପଛ ପଟେ ଥିବା ଶଙ୍କରେଶ୍ୱର ଜଙ୍ଗଲରେ ହୋଇଚି ଏନକାଉଣ୍ଟର। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ପିନୁ ଓରଫ ପିନାକୀ ବରାଳ ଆହତ ହୋଇଛି। ପୋଲିସ୍ ପକ୍ଷରୁ ହେଇଥିବା ଗୁଳିରେ ପିନାକୀର ବାମଗୋଡରେ ଗୁଳି ଲାଗିବାରୁ ସେ ଆହତ ହୋଇଛି। ତେବେ ଆହତ ପିନାକୀ କୁ ଚିକିତ୍ସା ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ପୋଲିସ୍ ଭର୍ତି କରିଚି। ପୋଲିସ୍ ର ସୁଚନା ଅନୁଯାୟୀ ପିନୁ ଆଜି ବନ୍ଧୁକ ଧରି କୌଣସି ଏକ ଅପରାଧ ଘଟାଇବାକୁ ପୁରୀ ଆସୁଥିବା ବାସେଳି ସାହି ଥାନା ଅଧିକାରୀ ମାନସ ବାରିକ ଖବର ପାଇଥିଲେ। ସେ ଓ ତାଂକ ସହଯୋଗୀ ଅଫିସର୍ ପିନୁକୁ ଧରିବା ପାଇଁ ଉଦ୍ୟମ କରିଥିଲେ। ହେଲେ ପିନୁ ପୋଲିସ୍ ଟିମ୍ ଉପରେ ଗୁଳି ଚଳାଇ ଖସି ଯିବାକୁ ଚେଷ୍ଟା କରିଥିଲା। ହେଲେ ପୋଲିସ୍ ଏନକାଉଁଟର ରୁ ବର୍ତ୍ତି ପାରିନଥିଲା ପିନୁ । ପୋଲିସ ର ଏନ୍ କାଉଣ୍ଟର ରେ ପିନାକୀ ଆହତ ହୋଇଥିଲା। ତେବେ ପୋଲିସ୍ ର ସୁଚନା ଅନୁଯାୟୀ ପିନାକୀ ନାଁ ରେ 11 ରୁ ସଙ୍ଗିନ ମାମଲା ବିଭିନ୍ନ ଥାନା ରେ ରହିଚି। ହତ୍ୟା ଉଦ୍ୟମ, ଡକାୟତି, ଦାଦାବଟି ଭଳି ଅନେକ ସଙ୍ଗିନ ମାମଲା ରହିଛି। ତେବେ ଆହତ ପିନୁ ଠାରୁ ଏକ ବନ୍ଧୁକ, 2 ଟି ଗୁଳି, ଏକ ବାଇକ୍ ଜବତ କରିଛି ପୋଲିସ୍
