ପୋଲିସ ପ୍ରତିଷ୍ଠା ଦିବସ

ପୁରୀ ପୋଲିସ ପକ୍ଷରୁ ଓଡିଶା ପୋଲିସ ର ୯୦ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ରିଜର୍ଭପୋଲିସ ପଡିଆ ଠାରେ ଅନୁଷ୍ଠିତ ହୋଇଛି l ଏହି ଅବସରରେ ଆରକ୍ଷୀ ମାନଙ୍କ ପକ୍ଷରୁ ଚିତ୍ତାକର୍ଷକ ପ୍ୟାରେଡ କରାଯାଇଥିବା ବେଳେ ପୁରୀ ଏସ୍ପି ଵିନିତ୍ ଅଗ୍ରୱାଲ ମୁଖ୍ୟଅତିଥି ରୂପେ ଯୋଗ ଦେଇ ଅଭିବାଦନ ଗ୍ରହଣ କରିଥିଲେ। ତତ୍ ସହ ସେ ପ୍ୟାରେଡ ପ୍ରଦକ୍ଷିଣ କରିବା ସହ ମାନ୍ୟବର ମନ୍ତ୍ରୀ ଓ ରାଜ୍ୟପାଳ ଙ୍କ ବାର୍ତ୍ତା ପଠନ କରିଥିଲେ l ପବିତ୍ର ଉତ୍କଳ ଦିବସରେ ଓଡିଶା ପୋଲିସ ର ପ୍ରତିଷ୍ଠା କରାଯାଇଥିଲା ଆଜିର ଦିନ କୁ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ଭାବେ ପାଳନ କରାଯାଉଛି l ପୋଲିସ ନିଜର କର୍ତ୍ୟବ ପରାୟଣତା ତଥା କାର୍ଯ୍ୟ ଦକ୍ଷତା ବଳରେ ଜନସାଧାରଣ ଙ୍କ ବିଶ୍ୱାସ ଭାଜନ ହୋଇପାରିଛି।ଆଗାମୀ ଦିନରେ ପୋଲିସ ଆହୁରି ସେବା ପରାୟଣ ହେବାକୁ ସେ ପରାମର୍ଶ ଦେଇଥିଲେ।ଏହି ଅବସରରେ ଏସ ଆଇ କୌଶଲ୍ୟା ବେହେରା, ଏ ଏସ ଆଇ କାଳନ୍ଦୀ ଚରଣ ଲେଙ୍କା,ହାବିଲଦାର ରବୀନ୍ଦ୍ର କୁମାର ସେଠୀ,କନେଷ୍ଟବଳ ରବୀନ୍ଦ୍ର କୁମାର ସାହୁ ,ଅଭିମନ୍ୟୁ ସ୍ବାଇଁ,କଳ୍ପନା ସେଠୀ ଙ୍କୁ ପୁରୀ ଏସ୍ପି ସମ୍ବର୍ଦ୍ଧିତ କରିଥିଲେ l ପୋଲିସ ର ସମାଜ ପ୍ରତି କର୍ତ୍ତବ୍ୟ ଓ ସେବା କୁ ସଦା ସର୍ବଦା ବଜାୟ ରଖିବା ସହ ପୋଲିସ କିପରି ଲୋକଙ୍କ ଆହୁରି ନିକଟତର ହେବ ଏବଂ ବିଭିନ୍ନ କ୍ଷେତ୍ରରେ ସୁରକ୍ଷା ସହ ସମସ୍ତ ପୋଲିସ ସେବା ଯୋଗାଇ ଦେବା ଆମ କର୍ତ୍ତବ୍ୟ ବୋଲି ଏସ୍ପି ବିନିତ୍ ଅଗ୍ରୱାଲ ସୂଚନା ଦେଇଥିଲେ।l ଉତ୍ସବରେ ଅତିରିକ୍ତ ଏସପି ସୁଶିଲ ମିଶ୍ର,ବିଷ୍ଣୁ ପ୍ରସାଦ ପତି ଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀଗଣ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *