ପୁରୀରେ ପୋଲିସ ପ୍ରତିଷ୍ଠା ଦିବସ ପାଳିତ
ପୁରୀ ପୋଲିସ ଲାଇନ୍ ପଡିଆ ଠାରେ ୯୧ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପୁରୀ ପୋଲିସ ଦ୍ୱାରା ପାଳିତ ହୋଇଯାଇଅଛି।ଏହି ଅବସରରେ ପୁରୀ ଜିଲ୍ଲାର ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଏକତ୍ରିତ ହୋଇ ଦିବସଟିକୁ ଉତ୍ସାହ ଓ ଗମ୍ଭୀରତାର ସହ ପାଳନ କରିଥିଲେ।ପୁରୀ ଏସପି ପ୍ରତୀକ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ଆଜିର ଦିନର ଗୁରୁତ୍ୱ ଉଲ୍ଲେଖ କରି ପୋଲିସ ବାହିନୀର ତ୍ୟାଗ, ସେବା ଓ ନିଷ୍ଠାକୁ ସ୍ମରଣ କରିଥିଲେ।

ଏହି ଅବସରରେ ଅନୁଷ୍ଠିତ ପ୍ୟାରେଡ ଅନୁଷ୍ଠିତ ହୋଇଥିବା ବେଳେ ପ୍ୟାରେଡରେ ଶୃଙ୍ଖଳା, ସମନ୍ୱୟ ଓ ପ୍ରଶିକ୍ଷଣର ଉତ୍କୃଷ୍ଟ ପ୍ରଦର୍ଶନ ଦେଖିବାକୁ ମିଳିଥିଲା।ପୁରୀ ପୋଲିସର ଅବସର ପ୍ରାପ୍ତ ଅଧିକାରୀ ଓ କର୍ମଚାରୀ ମାନେ ଯୋଗଦେଇଥିବା ବେଳେ ସେମାନଙ୍କର ଦୀର୍ଘ ସେବା ଓ ଅବଦାନକୁ ସମ୍ମାନ ଜଣାଯାଇଥିଲା। ପୋଲିସ ବାହିନୀର ଉତ୍କୃଷ୍ଟ କାର୍ଯ୍ୟ ପାଇଁ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପୋଲିସ ବାହିନୀର ଏକତା, ଶୃଙ୍ଖଳା ଓ ସମର୍ପଣର ଉଜ୍ଜ୍ୱଳ ପ୍ରତିଛବି ପ୍ରକାଶ ପାଇଥିଲା।
