ପୋଲିସ ଜନସାଧାରଣଙ୍କ ସମ୍ପର୍କର ସେତୁବନ୍ଧ ହେଉଛି..ବସନ୍ତ ରାସ ଗୋଧନ ବାହୁଡା ପର୍ବ
ନିମାପଡ଼ା ( )ନିମାପଡାର ବସନ୍ତରାସ ଗୋଧନ ବାହୁଡା଼ ପର୍ବ ଏକ ନିଆରା ପରମ୍ପରା ପର୍ବ . ଏହି ପରମ୍ପରା ଅନ୍ୟ କେଉଁ ଅଂଚଳରେ ଦେଖାଯାଏ ନାହିଁ.ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଉଛି ଏହି ଗୋଧନ ବାହୁଡା଼ ଚେତ୍ର ଶୁକ୍ଳ ପକ୍ଷ ଦଶମୀ ତିଥି ଠାରୁ ବୈଶାଖ ଦ୍ୱତୀୟ ତିଥି ପର୍ଯ୍ୟନ୍ତଏହି ନିଆରା ପରମ୍ପରା ଦେଖିବାକୁ ମିଳିଥାଏ. ସ୍ଥାନୀୟ ପୋଲିସ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା ପାଇଁ ଏହି ପରମ୍ପରା ବହୁ ପ୍ରାଚୀନ କାଳରୁ ପ୍ରଚଳିତ ହୋଇ ଆସୁଛି। ନିମାପଡା ଥାନା ପକ୍ଷରୁ ଏହି ଉତ୍ସବ ବହୁ ପ୍ରାଚୀନ କାଳରୁ ଆୟୋଜିତ ହୋଇ ଆସୁଛି ଏହି ନିଆରା ପରମ୍ପରା. ଏହି ଗୋଧନବାହୁଡା଼ ପର୍ବ ଅବସରରେ ସ୍ଥାନୀୟ ପୋଲିସ ଜନସାଧାରଣଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ହୋଇଥାଏ। ଆଜିର ଦିନରେ ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ସମସ୍ତ ଅଂଚଳବାସିନ୍ଦାଙ୍କୁ ଥାନା ପକ୍ଷରୁ ନିମନ୍ତ୍ରିତ କରାଯାଇଥାଏ ସ୍ଥାନୀୟ ଅଂଚଳର ସମସ୍ତ ଜନସାଧାରଣ ଆନନ୍ଦ ଉଲ୍ଲାସ ମଧ୍ୟରେ ନିଜକୁ ସାମିଲ କରିଥାନ୍ତି. ଏହା ନିମାପଡାର ଗଣପର୍ବ ଭାବରେ ପାଳିତ ହୋଇଆସୁଛି. ସାତ ଦିନ ଧରି

ଅନୁଷ୍ଠିତ ହୋଇଥିବା ଏହି ଉତ୍ସାବ ସ୍ଥାନୀୟ ରାହାସବାଡ଼ି ମଠ ପକ୍ଷରୁ ଛଅ ଦିନ ଧରି ଆୟୋଜିତ ହୋଇଥିବା ବେଳେ ଶେଷଦିନ ଗୋଧନବାହୁଡା଼ ଉତ୍ସବ ଥାନା ପକ୍ଷରୁ ଆୟୋଜିତ ହୋଇଥାଏ.ଆଜିର ଏହି ଦିନକୁ ଅଂଚଳବାସିନ୍ଦା ମାନେ ଉତ୍କଣ୍ଠାର ସହିତ ଅପେକ୍ଷା କରି ରହିଥାନ୍ତି. ପୋଲିସ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା ଏହି ପର୍ବର ମୂଳ ଉଦେଶ୍ୟ.ଯାହାକି ଅନ୍ୟ କେଉଁ ଅଂଚଳରେ ଦେଖାଯାଏ ନାହିଁ।ଏହି ଉତ୍ସବରେ ଥାନା ଆଇଆଇସି କର୍ତ୍ତା ଭାବେ ଦାୟିତ୍ୱ ତୁଲାଇ ଥିବା ବେଳେ ଏସ ଡିପିଓ ଜନାର୍ଦନ ପାଢ଼ୀ ଅତିରିକ୍ତ ଏସପି ସଚିନ ପଟେଲ ପ୍ରମୁଖ ଠାକୁରଙ୍କର ପୂଜାର୍ଚ୍ଚନା କରିଥିଲେ।
