ମତୋ ଫାଣ୍ଡିରେ ପୁଲିସ ଶହୀଦ ଦିବସ ପାଳିତ
ଭଦ୍ରକ :୨୧/୧୦ – ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ମତୋ ଫାଣ୍ଡି ପରିସରରେ ପୁଲିସ ସହିଦ ଦିବସ ପାଳିତ ହୋଇଥିବା ବେଳେ ଆୟୋଜିତ କାର୍ଯ୍ୟକ୍ରମରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ- ଦେବି ଶଙ୍କର ପ୍ରତାପ ସଭାପତିତ୍ୱ କରିଥିଲେ। ଅନୁଷ୍ଠିତ ସଭାରେ ଚାନ୍ଦବାଲି ଥାନା ଆଇ ଆଇ ସି କରୁଣାକର ରାଉତ, ମତୋ ଫାଣ୍ଡି ଅଧିକାରୀ ବୁଦ୍ଧିରାମ ମହାନ୍ତି,ବରିଷ୍ଠ ସାମ୍ବାଦିକ ଅଶୋକ ପଣ୍ଡା, ବାନାମ୍ବର ନାୟକ, ପୂଣ୍ଣଚନ୍ଦ୍ର ମହାପାତ୍ର, ଅଭୟ ସାହୁ, ନାଲଗୁଣ୍ଡା ସରପଞ୍ଚ ମନୋଜ କୁମାର ଭଳ , ଅବସରପ୍ରାପ୍ତ ସହ ଶିକ୍ଷାଧିକାରୀ ଜୟକୃଷ୍ଣ ନାୟକଙ୍କ ସମେତ ବହୁ ବରିଷ୍ଠ ନାଗରିକ ,ସମାଜସେବୀ, ବୁଦ୍ଧିଜୀବୀ ଯୋଗ ଦେଇଥିଲେ।
ରିପୋର୍ଟ :-ପୁନିଲ କୁମାର ସାମନ୍ତ।
