ପ୍ରେସ ବିଜ୍ଞପ୍ତି
ପ୍ରେସ ବିଜ୍ଞପ୍ତି
ଅପରେସନ ଚକ୍ର ରେ ପୁରୀ ପୋଲିସ ଦ୍ୱାରା ମାଦକ ବିରୋଧୀ ଅଭିଯାନ ଅନୁସନ୍ଧାନ ଜାରି ରହିଛି। ଏହି ପର୍ଯ୍ୟାୟରେ, ସଦର ଥାନା ପୋଲିସ ଦ୍ୱାରା ଏକ ମାମଲା ରଜିଷ୍ଟ୍ର ହୋଇଛି ସଦର ଥାନା ମାମଲା ନଂ-628/2025 ଅନୁସନ୍ଧାନରେ ସରକାରୀ ଭାଙ୍ଗ ଦୋକାନ ରେ ଅଭିଯୁକ୍ତ ମନୋଜ କୁମାର ମହାପାତ୍ର (66), ପିତା- ଦିବଙ୍ଗତ ଗୋବିନ୍ଦ ଚନ୍ଦ୍ର ମହାପାତ୍ର, ଗ୍ରାମ- ଗୋପୀନାଥପୁର, ପୁରୀ ୫୦୦ ଗ୍ରାମ ଗଞ୍ଜା, ରଖିଥିବାରୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ନିକଟରୁ ୫୦୦ ଗ୍ରାମ ଗଞ୍ଜା, ଏକ ମୋବାଇଲ ଫୋନ ଏବଂ 1630/- ଟଙ୍କା ଜବତ କରାଯାଇଛି। ପୁରୀ ପୋଲିସ ମାଦକ ଦ୍ରବ୍ୟ ବିରୋଧରେ ଶକ୍ତ ହସ୍ତକ୍ଷେପ ଜାରି ରହିଛି ଏବଂ ଏହି ପ୍ରକାର ଅବୈଧ କାର୍ଯ୍ୟରେ ଜଡିତ ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନି କାର୍ଯ୍ୟାନୁଷ୍ଠାନ କରାଯିବ।
