ପୋଲିସ ପାଟ୍ରୋଲିଂ ସମୟରେ,୨୧ ଗୋରୁ ଉଦ୍ଧାର

ପୋଲିସ ପାଟ୍ରୋଲିଂ ସମୟରେ,୨୧ ଗୋରୁ ଉଦ୍ଧାର,ଜଣେ ଅଟକନୟାଗଡ଼ ଜିଲ୍ଲା ଗଣିଆ ବ୍ଳକ ରାସଙ୍ଗ ପଞ୍ଚାୟତ ଡଙ୍କାରିସାହି ଗ୍ରାମରେ ଗୋଚାଲାଣ ବେଳେ ୨୧ଟି ଗୋରୁଙ୍କୁ ଉଦ୍ଧାର କରିଛି ଗଣିଆ ପୋଲିସ । ଏହି ଘଟଣାରେ ଗଣିଆ ଥାନାରେ ଜଣକୁ ଅଟକ ରଖି ପଚରାଉଚରା ଜାରି ରହିଛି। ଘଟଣାରୁ ଜଣାପଡିଛି ବୁଧବାର ବିଳମ୍ୱିତ ରାତିରେ ପୋଲିସ ପାଟ୍ରୋଲି° କରୁଥିବା ବେଳେ ଡଙ୍କାରିସାହି ଠାରେ ପିକଅପ ଭ୍ଯାନରେ ଗୋରୁ ଚାଲାଣ ହେଉଥିବା ଜଣାପଡିଥିଲା । ଥାନା ଅଧିକାରୀ ଟଙ୍କଧର ଛତ୍ରିୟା,ଏସଆଇ ଶ୍ୟାମସୁନ୍ଦର ପ୍ରଧାନ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଥିଲେ । ପୋଲିସ ଗାଡି ଦେଖି ଗାଇ କିଣିବାକୁ ଆସିଥିବା ବେପାରୀ ଗାଡି ତିନୋଟି ଛାଡି ଫେରାର ହୋଇଯାଇଥିଲେ । ଘଟଣାସ୍ଥଳରୁ ୨୧ଟି ଗୋରୁ ସହିତ ୨ଟି ପିକଅପ ଭ୍ଯାନ ଓ ୧ଟି ବୋଲେରୋ ଜବତ କରାଯାଇଥିବାବେଳେ ଜଣକୁ ଅଟକ ରଖିଛି ଗଣିଆ ପୋଲିସ । ତେବେ ଉଦ୍ଧାର ଗୋରୁ ଗୁଡିକୁ ସ୍ଥାନୀୟ ଗୋଶାଳାକୁ ପଠାଇ ଦିଆଯିବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *