ପୋଲିସ ସହିଦ ଦିବସ


– ପୁରୀ ପୋଲିସ ରିଜର୍ଭ ପଡିଆରେ ୬୬ ତମ ପୋଲିସ ସହିଦ ଦିବସ ପାଳିତ ହୋଇଯାଇଛି ।ମୁଖ୍ୟ ଅତିଥି ଭାବେ ପୁରୀ ଏସପି ପ୍ରତୀକ୍ ସିଂହ ଯୋଗଦେଇ ସହୀଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ସହିଦ ମାନଙ୍କ ସାହାସିକତା ଉପରେ ଉଦବୋଧନ ଦେଇଥିଲେ ।ଏଥିସହିତ ସହିଦ ମାନଙ୍କର ସ୍ମୃତି ଚାରଣ ମଧ୍ୟ କରିଥିଲେ। ଏହି ଅବସରରେ ଜନସାଧାରଣ ଓ ଦେଶ ପାଇଁ ସେଵା କରି ବଳିଦାନ ଦେଇଥିବା central armed force ର ଶହୀଦଙ୍କ ନାଁ ପାଠ କରାଯାଇଥିଲା। ପୁଲିସ ବାହିନୀ ସବୁବେଳେ ସାହସିକତାର ପରିଚୟ ଦେଇ ଜନସାଧାରଣଙ୍କର ସେବା କରି ଆସିଛି। ପୁଲିସ ସର୍ବଦା କର୍ତ୍ତବ୍ଯ ନିଷ୍ଠାର ସହ କାର୍ଯ୍ଯ କରିବାକୁ ପରାମର୍ଶ ଦେଇଛନ୍ତି ଏସପି ପ୍ରତୀକ୍ ସିଂ। ସହିଦ ଦିବସ ଅବସରରେ ବହୁ ଅବସର ପ୍ରାପ୍ତ ପୋଲିସଙ୍କ ସହ ବ୍ଯକ୍ତିବିଶେଷ ଯୋଗଦେଇଥିଲେ। ନିଜ ମଧ୍ୟରେ ନିଷ୍ଠା ଓ ପରୋପକାର ଆଚରଣ ନେଇ କାର୍ଯ୍ୟ କରିବାକୁ ପୁରୀ ଏସ୍ପି ପୋଲିସ ବିଭାଗକୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *