ନିୟତି
ନିୟତି ର ଚକ୍ର ଘୁରୁଛି
ଏ ପୃଷ୍ଠେ
କାହା ଭାଗ୍ୟେ ଅଛି କ’ଣ?
କେହି ଜାଣିନାହିଁ ଭାଗ୍ୟ ଡୋରି ତା’ର
ଏହି ବିଧି ର ବିଧାନ।
କାହା ଭାଗ୍ୟେ ଅଛି କ’ଣ?
ରଙ୍ଗ ମଞ୍ଚ ଅଟେ ପୃଥିବୀ ପୃଷ୍ଠଟି
ଆମେ ସବୁ କଳାକାର
ଅଭିନୟ ପରେ‌ ଫେରିଯିବା ଆମେ
ଏତ ମିଛ ର ସଂସାର
ଆମେ ସବୁ କଳାକାର।
ନାୟକ ଭୂମିକା କାହା ଭାଗ୍ୟେ ଅଛି
କିଏ‌ ସେ ଖଳନାୟକ
ଅଭିନୟ ପରେ‌ ଫେରିଯିବା ଆମେ
ମନରେ ଥିବ‌ ବିବେକ
କିଏ ସେ ଖଳନାୟକ।
ଦିନ ରାତି ପରି‌ ଆଲୋକ ‌ଅନ୍ଧାର
କାହା ଭାଗ୍ୟେ ଅଛି କ’ଣ
ଦୁଃଖ ସୁଖ‌ ସବୁ ଜୀବନ ମଧ୍ୟରେ
ଏତ ବିଧିର ବିଧାନ
କାହା ଭାଗ୍ୟେ ଅଛି କ’ଣ।
ସଂସାର ମଧ୍ୟରେ ଭଲ କାମ କଲେ
ମନେ ରଖିବେଯେ ଲୋକ
ସୁକର୍ମ ଯୋଗୁଁ ଭାଗ୍ୟବାନ୍ ହୁଏ
ବଢ଼ି ମନ‌‌ ଓ ବିବେକ। ମନେରଖିବେ ଯେ ଲୋକ।
ଶ୍ରୀ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ , ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ, ଓଡ଼ିଶା ୭୫୯୦୧୬

Leave a Reply

Your email address will not be published. Required fields are marked *