ପୁଲିଂ ଅଫିସର ମାନଙ୍କ ରାଣ୍ଡମାଇଜେସନ ଅନୁଷ୍ଠିତ
ପୁରୀ ୯/୫ ଆଜି ପୂର୍ବାହ୍ନରେ ଏନ ଆଇ ସି ସମ୍ମିଳନୀ କକ୍ଷରେ ଚଳିତ ନିର୍ବାଚନ ରେ ନିୟୋଜିତ ହେବାକୁ ଥିବା ପ୍ରିଜାଇଡିଂ ଓ ପୁଲିଂ ଅଫିସର ମାନଙ୍କର ରାଣ୍ଡମାଇଜେସନ କରାଯାଇଥିଲା।ନିର୍ବାଚନ କମିଶନର ଓ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ନିର୍ବାଚନ ଅଧିକାରୀ,ନିର୍ବାଚନ ପର୍ଯ୍ୟବେକ୍ଷକ ଓ ରିଟର୍ଣ୍ଣିଂ ଅଫିସର ମାନଙ୍କ ଉପସ୍ଥିତି ରେ ଏହି ରାଣ୍ଡମାଇଜେସନ ଅନୁଷ୍ଠିତ ହୋଇଥିଲା।ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଏହା ସମ୍ପନ୍ନ ହୋଇଥିଲା ।ଏହି ରାଣ୍ଡମାଇଜେସନ ପୁରୀ ଲୋକସଭା ଅନ୍ତର୍ଗତ ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ ଓ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଅନୁଷ୍ଠିତ ହୋଇଥିଲା।ନିର୍ବାଚନ ରେ ନିୟୋଜିତ ମୋଟ୬୮୮୨ ଜଣ ପୁଲିଂ ଅଫିସର ମାନଙ୍କର ରାଣ୍ଡମାଇଜେସନ କମ୍ପ୍ୟୁଟର ମାଧ୍ୟମରେ ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକ ଙ୍କ ଉପସ୍ଥିତି ରେ ଅନୁଷ୍ଠିତ ହୋଇଥିଲା।

ଏଥିରେ ମୋଟ ୧୧୪୭ ଜଣ ଲେଖାଏଁ ପ୍ରିଜାଇଡିଂ, ଫାଷ୍ଟ ପୁଲିଂ ଠାରୁ ଫିଫଥ୍ ପୁଲିଂ ଅଫିସର ପର୍ଯ୍ୟନ୍ତ ସାମିଲ ଅଛନ୍ତି। ଅପରପକ୍ଷରେ ଏଥିରେ ଶତକଡା୧୦ ଭାଗ ଅଧିକ ପୁଲିଂ ଅଫିସର ଙ୍କୁ ରିଜର୍ଭ ଅଫିସର ଭାବେ ରଖାଯାଇଛି। ରାଣ୍ଡମାଇଜେସନରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ତଥା ୧୦୫- କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ର ରିଟର୍ଣ୍ଣିଂ ଅଫିସର କୈଳାସ ଚନ୍ଦ୍ର ନାୟକ,ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ତଥା ୧୦୯-ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀ ର ରିଟର୍ଣ୍ଣିଂ ଅଫିସର ଶରତ ଚନ୍ଦ୍ର ବେହେରା, ,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ୧୦୮-ବ୍ରହ୍ମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ର ରିଟର୍ଣ୍ଣିଂ ଅଫିସର ପ୍ରିୟରଞ୍ଜନ ପୃଷ୍ଟି,ଅତିରିକ୍ତ ଉପଜିଲ୍ଲାପାଳ ତଥା ୧୧୦-ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ର ରିଟର୍ଣ୍ଣିଂ ଅଫିସର ନିଳମାଧବ ମାଝୀ, ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା,ରାଷ୍ଟ୍ରୀୟ ବିଜ୍ଞାନ କେନ୍ଦ୍ର ର ଡିଆଇଓ ବିଶ୍ୱନାଥ ପଣ୍ଡା,ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ,ନିର୍ବାଚନ ବିଭାଗର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।ଏହି ରାଣ୍ଡମାଇଜେସନ ଆଧାରରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଅନୁଷ୍ଠିତ ହେବ ବୋଲି ନିର୍ବାଚନ ବିଭାଗ ପକ୍ଷରୁ କୁହାଯାଇଛି।
