ଉପଖଣ୍ଡ ପ୍ରଶାସନ ପକ୍ଷରୁ ମତଦାନ ଦିବସ ପାଳିତ

କାମାକ୍ଷାନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ମତଦାନ ଦିବସ ପାଳିତ ହୋଇ ଯାଇଛି l ଏ ଉପଲକ୍ଷେ ଉପଜିଲ୍ଲାପାଳ ବିଭୂଧ ଗଡ଼ନାୟକ ଯୋଗଦେଇ ମତଦାନ ଦିବସର ତତ୍ପର୍ଯ୍ୟ ଉପରେ ଆଲୋକପାତ କରି ନୂତନ ମାତାଦାତାଙ୍କୁ ସଠିକ ଭାବେ ନିର୍ଭୟରେ ମତ ସାବ୍ୟସ୍ତ କରିବାକୁ ପରାମର୍ଶ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ପ୍ରିୟବ୍ରତ ଦାଶ, ଡେପୁଟି କଲେକ୍ଟର ଜ୍ୟୋତିରୁପା ଶତପଥୀ ଯୋଗଦେଇ ମତଦାନ ସଂପର୍କରେ ସୂଚନା ପ୍ରଦାନ କରିଥିଲେ l ସହକାରୀ ଜିଲ୍ଲାପାଳ ଦୀପକ କୁମାର ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମହିଳା ମହାବିଦ୍ୟାଳୟ ର ଛାତ୍ରୀମାନେ ଏକ ଶୋଭାଯାତ୍ରାରେ ବାହାରି ମତଦାନ ସଂପର୍କରେ ବିଭିର୍ନ୍ନ ନାରା ଦେଇ ସହର ପରୀକ୍ରମା କରିଥିଲେ l କାର୍ଯ୍ୟାଳୟରେ ରଣେଦ୍ର ପ୍ରତାପ. ଅଙ୍ଗରାଜ, ଆଶିଷ କୁମାର ସାହୁ, ରଶ୍ମି ରଞ୍ଜନ ପ୍ରଧାନ ପ୍ରମୁଖ ସହାୟତା ପ୍ରଦାନ କରିଥିଲେ l

Leave a Reply

Your email address will not be published. Required fields are marked *