ଲୋକପ୍ରିୟ ଆଇନଜୀବୀ ତଥା ସମାଜସେବୀ ସୌମେନ୍ଦ୍ର ବେହେରାଙ୍କ ପରଲୋକ।
ଉଦଳା ୯/୧୦/୨୫ :- ଉଦଳା ସହରର ଯୁବ ଆଇନଜୀବୀ ତଥା ସାମାଜିକ ସଂଗଠକ ଓ ସାମ୍ବାଦିକ ସୌମେନ୍ଦ୍ର ବେହେରା (ବାପି) ଗତ ବୁଧବାର ରାତିରେ ହୃଦଘାତରେ ମୃତ୍ୟୁବରଣ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା। ଉଦଳା କୋର୍ଟରେ ଜଣେ ଯୁବ ଆଇନଜୀବୀ ଭାବେ ସେ ବେଶ୍ ପରିଚିତ ଥିଲେ। ରାଜନୈତିକ ମାମଲା ବିଶେଷ କରି ଶାସକ ଦଳର ନେତୃତ୍ବ ବିରୋଧରେ ଲଢ଼ିବାରେ ସେ ବେଶ୍ ଚର୍ଚ୍ଚା ସାଉଁଟି ଥିଲେ। ଜଣେ ଦାୟିତ୍ବବାନ ଆଇନଜୀବୀ ଭାବେ ଅସହାୟ ଲୋକଙ୍କ ସମସ୍ୟା ବୁଝି ସାହାଯ୍ୟ କରିବାରେ ସେ ଆଗୁଆ ଥିଲେ। ତାଙ୍କ ବିୟୋଗରେ ଉଦଳା ଓକିଲ ମହଲରେ ଓ ସମଗ୍ର ସହରରେ ଶୋକରେ ଛାୟା ଖେଳିଯାଇଛି। ବହୁ ଆଇନଜୀବୀ, ସମାଜସେବୀ, ନେତୃମଣ୍ଡଳୀ ତାଙ୍କ ଜ୍ୟୋତି ନଗର ବାସଭବନରେ ଶେଷ ଦର୍ଶନ କରି ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ।
