ସମ୍ଭାବନା ଷଷ୍ଠ ମାସ ଶେଷ ରବିବାର ସାହିତ୍ୟ ଆସର ସମ୍ଭାବନା ଷଷ୍ଠ ମାସ ଶେଷ ରବିବାର ସାହିତ୍ୟ ଆସର

ସମ୍ଭାବନାସାହିତ୍ୟ ଆସର ବହୁ ଆଡମ୍ବରରେ ପ୍ର. ଡ. ଅଟଳବିହାରୀ ନାୟକଙ୍କ ସଭାପତିତ୍ବରେ ପାଳିତ ହୋଇ ଯାଇଛି!ଜଗନ୍ନାଥ କଳା ସଂସ୍କୃତି ସଂଗଠନ ର ସଂଗୀତଗୁରୁ ରୁଦ୍ରମାଧବ ଓ ସାଥିମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ଗାନକରିଥିଲେ ! ଉଦଘାଟକ ଭାବେ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମନୋଜ ରାଉତ ଯୋଗ ଦେଇଥିବା ବେଳେ ଡେପୁଟି କଲେକ୍ଟର ସମ୍ମାନୀୟ ଅତିଥିବାବେ ଯୋଗ ଦେଇ ସମ୍ଭାବନାର ରାଜ୍ୟ ସ୍ତରୀୟ ଯୁବ ସମାବେଶକୁ ବହୁପ୍ରଶଂସା କରିଥିଲେ, ସାହିତ୍ୟ ଓ କଳାକ୍ଷେତ୍ରରେ ସମ୍ଭାବନା ସାହିତ୍ୟ ସଂସଦ ନିଶ୍ଚିତ ରୂପେ ଏକ ସମ୍ଭାବନା ମୟ ପରିବେଶ ସୃଷ୍ଟି କରିବ ଏହାର ତିଳେମାତ୍ର ସନ୍ଦେହ ନାହିଁ!ଅବସରପ୍ରାପ୍ତ ଅଧ୍ୟାପକ, ନାଟ୍ୟନିର୍ଦେଶକ, ଅଭିନେତା ତଥା ଗାଳ୍ପିକ ପ୍ର. ଡ. ପଦ୍ମକାନ୍ତ ଧଳ ସମ୍ପାଦକ ଋତୁରାଜ ଅକ୍ଷୟ ର ଏପରି ଏକ ଯୁବ ସମାବେଶ ର ଆୟୋଜନ ରେ ଖୁବ ଖୁସି ବ୍ୟକ୍ତ କରି ସମ୍ଭାବନା ର ଦୀର୍ଘ କାମନା କରଥିଲେ!ଯୁବ ପିଢ଼ି ମାନଙ୍କୁ ସାହିତ୍ୟ କୁ ଆଣିବାରେ ଏକ ସୁନ୍ଦର ପ୍ରୟାସ ବୋଲି ଅଭିହିତ କରିଥିଲେ,!ବରଣ୍ୟ ଅତିଥି ଭାବେ ତ୍ୟାଗଭୂମିର ସଭାପତି ଅଜୟ ନାୟକ, କଇଁଛମାଲିର ସମ୍ପାଦକ ହରମୋହନ କୁଆଁର, ସଂକୃତି ମହାବିଦ୍ୟାଳୟ ର ଅଧକ୍ଷ ଡ ନିତ୍ୟନନ୍ଦ ମିଶ୍ର ସମ୍ଭାବନାର ଏପ୍ରୟାସ କୁ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ଅବିହିତ କରିବା ସହିତ ସମ୍ପାଦକ ଋତୁତାଜ ଅକ୍ଷୟର ସାହିତ୍ୟ ପ୍ରତିଥିବା ଅନୁରାଗ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ ଏହାର ତିଳେମାତ୍ର ସନ୍ଦେହ ନାହିଁବୋଲି ମତ ରଖିଥିଲେ!ବାଲେଶ୍ୱର, ଯାଜପୁର, କେନ୍ଦୁଝର ଭଦ୍ରକର ବହୁ ଯୁବ କବି ସେମାନଙ୍କର ସ୍ୱରଟିତ କବିତା ପାଠ କରିଥିବା ବେଳେ ଅଧ୍ୟାପିକା ଉଷାରଣୀ ଜେନା ଓସଂଯୁକ୍ତାବଳନାୟକକବିତା ଗୁଡିକୁ ସଂଯୋଜନା କରିଥିଲେ!!ସମ୍ଭାବନାର ସ୍ଥାୟୀ ସଭାପତି ପ୍ର. ଡ. ଅଟଳବିହାରୀ ନୟାକଙ୍କ ଗବେଷଣାତ୍ମକ ପୁସ୍ତକ ମଙ୍ଗଳ ବାଦ୍ୟ ଲୋକାର୍ପିତ ହୋଇଥିଲା ସମ୍ଭାବନା ସାହିତ୍ୟ ସମ୍ମାନରେ କବି. ସଂଗଠନ ବିଭୁତି ଭୂଷଣ ସେନାପତିଙ୍କୁ ସମ୍ମାନିତକରାଯାଇଥିବା ବେଳେ, ସମ୍ଭାବନା ଶ୍ରେଷ୍ଠ କବିତା ସମ୍ମାନରେ ସାରଥିପଣ୍ଡା, ଦେସମ୍ଭାବନା ଶ୍ରେଷ୍ଠ କବିତା ସମ୍ମାନ ସାରଥି ପଣ୍ଡା, ଗୋଲଖ ବୈୟାରୀ, ବିଶ୍ବଜିତ ରାଉତ ମୁସ୍ତାକ ଗହ୍ୱର, ଅବଦୁଲ ଦୟାନ ଅରୂପାନନ୍ଦ ନାୟକ, ସରୋଜିନୀ ନାୟକ, ସମ୍ଭାବନା କବିତାସମ୍ମାନ ଚତୃଭୁଜ ପହି, ରାଖାଲ ଚନ୍ଦ୍ର ସ୍ୱାଇଁ, ଦେବସ୍ମିତା ମିଶ୍ର,ନାରାୟଣ ସାହୁ ନୃସିହସାମଲ, ମୋନାଲିଶା ସାହୁ ଅଂଶୁମାନ ସ୍ୱାଇଁ ଙ୍କୁ ସମ୍ଭାବନା ସଂଗୀତ ସମ୍ମାନ ଶଶୀକଳା ମିଶ୍ର ଓ ଲଳିତ ମୋହନ ବାରିକଙ୍କୁ ସମ୍ଭାବନା ପ୍ରତିଭା ସମ୍ମାନରେ ସଂମ୍ମାନିତ କରାଯାଇଥିଲା!ରୂପକ ବିହାରୀ ରାୟ ସଭାର ଆଭିମୁଖ୍ୟ, ମଞ୍ଚ ଆମନ୍ତ୍ରଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ, ମନୋରମା ଆଚାର୍ଯ୍ୟ ସ୍ୱାଗତ ଭାଷଣ, ସମ୍ପାଦଜ ଋତୁରାଜ ଅକ୍ଷୟ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ!ସକ୍ରିୟ ସଦସ୍ୟ ବିଜୟ ଜେନା, ଶଶୀକଳମିଶ୍ର, ଦେବସ୍ମିତା ମିଶ୍ର, ଶ୍ରଦ୍ଧାଞ୍ଜଳି ମିଶ୍ର, କପଟେନ ଓଁକାର, ଲଳିତ ମୋହନ କାଯ୍ୟକାରୀ ସମ୍ପାଦକ ଅରୂପାନନ୍ଦ ନାୟକଗୀତାଞ୍ଜଳି ଅଗସ୍ତି ସାହିତ୍ୟ ଅସରରେ ସହଯୋଗ କରିଥିଲେ!କବି ଅରୂପାନନ୍ଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ!

Leave a Reply

Your email address will not be published. Required fields are marked *