ପୋଟେରୁ ଜଳ ସେଚନ ପ୍ରକଳ୍ପ
ପୋଟେରୁ ଜଳ ସେଚନ ପ୍ରକଳ୍ପ ବାଲିମେଳା ରେ ଇଂଜିନିୟର ଶ୍ରୀ ପୀତବାସ ସେଠୀ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ୱ ନେଲେ ବାଲିମେଳା ମାଲକାନଗିରି ଜିଲ୍ଲା ବାଲିମେଲା ପୋଟେରୁ ଜଳ ସେଚନ ପ୍ରକଳ୍ପ ରେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଦାୟିତ୍ୱରେ ଯୋଗଦେଲେ ଇଂଜିନିୟର ଶ୍ରୀ ପୀତବାସ ସେଠି । ସୂଚନା ଯୋଗ୍ୟ ଯେ ପୂର୍ବରୁ ଇଂଜିନିୟର ଶ୍ରୀ ଚନ୍ଦ୍ର ଶେଖର ମିଶ୍ର ଏହି ଦାୟିତ୍ୱରେ ନିଜର କାର୍ଯ୍ୟକୁ ଉତ୍ତମ ରୂପେ ତୁଲାଇ ସମସ୍ତ ଜିଲା ବାସି ଙ୍କର ପ୍ରିୟ ଭାଜନ ହୋଇ ଥିଲେ ତାଙ୍କର ଗତ ୩୧ ତାରିଖରେ ମିଶ୍ର ଙ୍କର ଅବସର ହୋଇଥିବା ବେଳେ ଆଜି ଏହି ସ୍ଥାନରେ ଇଂଜିନିୟର ଶ୍ରୀ ପୀତବାସ ସେଠି ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଭାବରେ କାର୍ଯ୍ୟ ରେ ଯୋଗ ଦେଇଛନ୍ତି । ଶ୍ରୀ ସେଠି ନିଜ ବକ୍ତବ୍ୟରେ କହିଛନ୍ତି ଯେ ଆଗାମୀ ଦିନରେ ଜିଲା ରେ କିଭଳି ସୁଗମ ରୂପରେ ଜଳ ସେଚନ ହୋଇ ପାରିବ ଓ ଜିଲ୍ଲା ରେ ଥିବା ସମସ୍ତ ଚାଷୀ ସୁଚାରୁ ରୁପେ ଜଳ ନିଜ ଚାଷ ପାଇଁ ବ୍ୟବହାର କରିପାରିବେ ସେଥିପାଇଁ ସେ ସଦା ସର୍ବଦା ତତ୍ପର ରହିବେ । ଏଥି ସହିତ ପୋଟେରୁ ଜଳ ସେଚନ ପ୍ରକଳ୍ପ ର ସମସ୍ତ ଯନ୍ତ୍ରୀ ଓ କର୍ମକର୍ତ୍ତା ତାଙ୍କୁ ଆଜିର ଦିନରେ ପୁଷ୍ପ ଗୁଛ ଦେଇ ସ୍ୱାଗତ କରିବା ସହିତ ପୋଟେରୁ ଜଳ ସେଚନ ପ୍ରକଳ୍ପ ସୁଚାରୁ ରୁପେ ପରିଚାଳନା ପାଇଁ ସଂକଳ୍ପ ବଦ୍ଧ ହୋଇ କାମ କରିବେ ବୋଲି ଦର୍ଶାଇ ଥିଲେ ତଥା ମାଲକାନଗିରି ଜିଲ୍ଲା ର ବିଭିନ୍ନ ମହଲ ରୁ ସମ୍ବର୍ଦ୍ଧନା ଜଣାଇ ଥିଲେ। ଆଜିର ଏହି ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ କୁ ଅତି ଆଡମ୍ବର ସହ ପାଳନ କରାଯାଇଥିଲା ।
