ଆରଆର କଲୋନୀ ପାଇଁ ଭୂମି ପୂଜନ କଲା ପ୍ରଭାତୀ କଷ୍ଟ୍ରକ୍ସନ୍
ଲକ୍ଷ୍ମୀପୁର / ଟିକିରି ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ରେ ଚାଲିଛି ଆଦିତ୍ୟ ବିର୍ଲା କାରଖାନା ପ୍ରତିଷ୍ଠା ର ବିଭିନ୍ନ କାର୍ଯ୍ୟ । ଏହା କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଓ ରାୟଗଡ଼ା ଜିଲ୍ଲାର କାଶିପୁର ଉଭୟ ବ୍ଲକ କୁ ନେଇ ଗଡି ଉଠୁଛି ।ଏହି ଭିତରୁ ଲୋକଙ୍କ ଥଇଥାନ ନିମନ୍ତେ ଆର କଲୋନୀ ନିର୍ମାଣ ପାଇଁ ପ୍ରଭାତୀ କଷ୍ଟ୍ରକ୍ସଂଟ କୁ ଦିଆ ଯାଇ ଥିବା ନେଇ ଏହାର ମେନେଜିଂ ଡାଇରେକ୍ଟର ଦୀପକ ମହାନ୍ତି କହିଛନ୍ତି । ଏହି ନିର୍ମାଣ କାର୍ଯ୍ୟ ଯେତେ ଶୀଘ୍ର ପାରୁଚୁ ସାରିବାକୁ ଚେଷ୍ଟା କରାଯିବ ଓ ଅଞ୍ଚଳ ର ସମସ୍ତଙ୍କୁ ସାଥିରେ ନେଇ ଆଗକୁ ବଡିବା ନେଇ ସେ କହିଛନ୍ତି । ପ୍ରଭାତୀ କଷ୍ଟ୍ରକ୍ସନ୍ କୁ ମଧ୍ୟ ଅଞ୍ଚଳବାସୀ ସ୍ବାଗତ କରି ସ୍ଥାନୀୟ ପରମ୍ପରା ଅନୁସାରେ ପୂଜାର୍ଚ୍ଚନା କରିଛନ୍ତି । ପ୍ରଭାବିତ ଓ ବିସ୍ଥାପିତ ସମସ୍ତଙ୍କ ସହମତି ନେଇ ଏହି ଶୁଭ କାର୍ଯ୍ୟ ଆରମ୍ଭ କରାଯାଇ ଥିଲା । ଏହା ପୂର୍ବରୁ ମଧ୍ୟ ଉକ୍ତ କଷ୍ଟ୍ରକ୍ସନ୍ ଉତ୍କଳ ଆଲୁମିନା ପ୍ରକଳ୍ପ କାର୍ଯ୍ୟ କରି ନିଜର ସୁନାମ ରଖି ଥିବା ଜଣାପଡିଛି । ଉକ୍ତ ସ୍ଥାନ ରେ ସମୁଦାୟ ୩୦୧ ଟି ପରିବାରଙ୍କୁ ପ୍ରଥମେ ଥଇଥାନ କରାଯିବ ଏବଂ ଏହାର ସଂଖ୍ୟା ବଢ଼ିବା ପାରେ ବୋଲି କୁହାଯାଉଛି । ଆଦିତ୍ୟ ବିର୍ଲା କାରଖାନା ର ପ୍ରଥମ କାର୍ଯ୍ୟ ଉକ୍ତ କଷ୍ଟ୍ରକ୍ସନ୍ ଅତି ଶାନ୍ତିଶୃଙ୍ଖଳା ର ସହିତ ଶୁଭ ଦେଇ ଲୋକଙ୍କ ସମର୍ଥନ ପାଇ ଥିବା ହେତୁ ବିଭିନ୍ନ ମହଲ ରୁ ସ୍ବାଗତ କରାଯାଉଛି । ଏହି ଭୂମିପୂଜନ ସମୟରେ ଅଞ୍ଚଳବାସୀ , ନେତା , ରାଜନେତା ଓ ହିନ୍ଦୋଲକୋ ଏମଡି ସତିଶ ପାଇ ଦମ୍ପତି ଆଦିତ୍ୟ ବିର୍ଲା ସିଇଓ ଦମ୍ପତି ଏବଂ ହିଣ୍ଡଲକୋ ନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ମିଶ୍ର ସହ କାରଖାନା କର୍ମଚାରୀ ମାନେ ଉପସ୍ଥିତ ରହି ଥିଲେ ।।ଅଞ୍ଚଳବାସୀ ମଧ୍ୟ ଏହାକୁ ସ୍ବାଗତ କରିଛନ୍ତି ।ଏହି ଆଦିତ୍ୟ ବିର୍ଲା କାରଖାନା ପ୍ରତିଷ୍ଠା ପାଇଁ ଉଭୟ ଲକ୍ଷ୍ମୀପୁର ଓ କାଶିପୁର ବ୍ଲକ ର ପ୍ରାୟ ୨୨ ସହ ଏକର ଜମି ଅଧିଗ୍ରହଣ କରାଯାଇ ଅଛି ।
କାଶୀପୁର ରୁ ରଞ୍ଜନ କୁମାର ବିଡ଼ିକା ଙ୍କ ରିପୋର୍ଟ ତୀର୍ଥେକ୍ଷେତ୍ର
