ବୁଜିଦିଅ ଚକ୍ଷୁ କେମିତିକା ପ୍ରଭୁ

ବୁଜିଦିଅ ଚକ୍ଷୁ କେମିତିକା ପ୍ରଭୁ


     ★  ତାରାପ୍ରସାଦ ଜେନା  ★

ବୁଜିଦିଅ ଚକ୍ଷୁ କେମିତିକା ପ୍ରଭୁ
ଭକତ କାନ୍ଦୁଛି ଦେଖ
ଅଶ୍ରୁରେ ତବ ଚରଣ ଧୌତ
ଭାବୁଛ ଲାଗୁଛି ସୁଖ ।
ବୁଜିଦିଅ ଚକ୍ଷୁ କେମିତିକା ପ୍ରଭୁ……..। ୦ ।

ତୁମେ ତ ଗଢ଼ିଛ ବିଶାଳ ଏ ଧରା
ବୋଲନ୍ତି ରଖିଛ ଦୃଷ୍ଟି ସସାଗରା,
ବେସାହାରା ଏଠି କେମିତିକା ଜଣେ
ବୁଝି ନ ପାରୁଛ ଭାବଗ୍ରାହୀ କ୍ଷଣେ,
କୁସୁମିତ ନୁହେଁ କଣ୍ଟିକିତ ପଥେ
ଶୂନ୍ୟତା ଟାଣୁଛି ଦୁଃଖ ।
ବୁଜିଦିଅ ଚକ୍ଷୁ କେମିତିକା ପ୍ରଭୁ……..। ୧ ।

ଅଜ୍ଞ କାଳେ ସିଏ ମାୟା ମୋହେ ଆଜି
ବିଜ୍ଞ ଶରଣକୁ ପ୍ରାଣ ପଣେ ରାଜି,
ସନ୍ତାପିତ ପ୍ରାଣ କାନ୍ଦୁଅଛି ଖାଲି
ତବ ଭରସାକୁ ଯାଇନାହିଁ ଭୁଲି,
ଅନ୍ତରରେ ତୁମେ ବାହାରେ ବି ତୁମେ
ଭକତେ ଆଶିଷ ରଖ ।
ବୁଜିଦିଅ ଚକ୍ଷୁ କେମିତିକା ପ୍ରଭୁ……..। ୨ ।


ସା.-ରଣପୁର (ଗୋଡ଼ିପାଟଣା ସାହି)

ଡାକ- ରାଜ ରଣପୁର, ଜିଲ୍ଲା- ନୟାଗଡ଼
ଦୂରଭାଷ-୯୩୪୮୦୫୪୩୦୦


Leave a Reply

Your email address will not be published. Required fields are marked *