ପ୍ରଦ୍ୟୁମ୍ନ ବଳଙ୍କ ୯୩ ତମ ଜୟନ୍ତୀ ପାଳିତ
ଜଟଣୀ ତା ୧୦-୧୧ -୨୫ ଜଟଣୀ ପୌର ପରିଷଦ ସ୍ଥିତ ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ଓ ବରିଷ୍ଠ ନାଗରିକ ସେବା ସଙ୍ଘ ପକ୍ଷରୁ ବରିଷ୍ଠ ସାମ୍ବାଦିକ ଓଡିଶାର ସ୍ଵାଭିମାନ ସ୍ବର୍ଗତ ପ୍ରଦ୍ୟୁମ୍ନ ବଳ ଙ୍କ ୯୩ତମ ପାଳନ କରାଯାଇଥିଲା। ଆୟୋଜିତ ଉତ୍ସବରେ ଅନୁଷ୍ଠାନର ସଭାପତି ଆଇନଜୀବୀ ତଥା ସାମ୍ବାଦିକ ଶ୍ରୀ ଅବନୀ ରାଉତରା ସଭାପତିତ୍ବ କରିଥିବା ବେଳେ ସମ୍ପାଦକ ଶ୍ରୀ ଜବାହରଲାଲ ସୁବୁଦ୍ଧି ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲ । ଏହି ଜୟନ୍ତୀ ଉତ୍ସବରେ, ଲେଖକ, ବୁଦ୍ଧିଜୀବୀ , ଶିକ୍ଷାବିତ୍ ଓ ସାମ୍ବାଦିକ ପ୍ରମୁଖ ଯୋଗ ଦେଇଥିଲେ । ଜୟନ୍ତୀ ପାଳନ ଅବସରରେ ଧୀରେନ ପ୍ରତିହାରୀ, ଆଦି ନାରାୟନ ଖଣ୍ଡୁଆଳ, , ରବି ପ୍ରସାଦ ମିଶ୍ର, , ସାରଙ୍ଗ ବେହେରା, , ରଜନୀ କାନ୍ତ ପଣ୍ଡା , ପଦ୍ମନାଭ ପାଣିଗ୍ରାହ,ହବିବୁରୁ ରହମନ, ବିଷ୍ଣୁ ପ୍ରସାଦ ଘଟୱାରୀ, ବାସୁଦେବ ସେଠି, ସାମ୍ବାଦିକ ସଂଜୀବ କୁମାର, ଧିରେନ ପ୍ରତିହାରୀ ପ୍ରମୁଖ ଯୋଗ ଦେଇ ପ୍ରଦ୍ୟୁମ୍ନ ବଳଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ବକ୍ତାମାନେ ଶ୍ରୀ ବଳଙ୍କ ନିର୍ଭିକ ସାମ୍ବାଦିକତା ଓ ସମାଜସେବକ ଭାବେ ଯେଉଁ ସବୁ କାମ କରି ଯାଇଛନ୍ତି ତାର ଭୁୟସୀ ପ୍ରଶଂସା କରିଥିଲେ।
