ପ୍ରଥମା ଅଷ୍ଟମୀ ବଜାର ଭିଡ଼ ସାଙ୍ଗକୁ ମଦ ଦୋକାନୀ ମାଲେମାଲ
। ଟ୍ରାଫିକ ଜାମ।ନିମାପଡା ( ) ନିମାପଡା ବଜାରରେ ପ୍ରଥମା ଅଷ୍ଟମୀ ବଜାର ଭିଡ଼ ସାଙ୍ଗକୁ ମଦ ଦୋକାନୀ ମାଲେମାଲ। ଏ ଦୃଶ୍ୟଟି ହେଉଛି ନିମାପଡା ମୁଖ୍ୟ ବଜାରରେ ଥିବା ଏକ ଲିକର ସପର। ମୁଖ୍ୟ ରାସ୍ତା କଡ଼ରେ ଥିବା ଏହି ମଦ ଦୋକାନରେ ପ୍ରଥମା ଅଷ୍ଟମୀ ବଜାର ପାଇଁ ଖଚାଖଚ ଭିଡ଼। ଗହଳି ଭିତରେ ଗ୍ରାହକ ଲମ୍ବା ଲାଇନ ଭିତରେ କିଏ ଆଗେ ମଦ ନେବ ସେଥିପାଇଁ କଥା କଟାକଟି ହୋଇ ହାତାହାତୀ ପର୍ଯ୍ୟନ୍ତ କଥା ଯାଉଛି। ମୁଖ୍ୟ ବଜାରର ରାସ୍ତା କଡ଼ରେ ମଦ ଦୋକାନଟି ଥିବାରୁ ସେ ନେଇ ଟ୍ରାଫିକ ଜାମ। ମଦ କାଉଣ୍ଟରକୁ ଲାଗି ବଡ଼ ସପିଙ୍ଗ ମଲ ଥିବା ବେଳେ ଇଲୋକ୍ରୋଟନିକ୍ସ ଦୋକାନ ତେଜରାତି ଦୋକାନ ମେଡ଼ିସିନ ଷ୍ଟୋର ସହ ଆଉ ଅନ୍ୟାନ୍ୟ ବହୁ ଦୋକାନ ମଧ୍ୟ ଏଠାରେ ଅଛି। ପ୍ରତେକ ଦିନ ଆବାଳବୃଦ୍ଧବନିତା ଏଠାକୁ ପରିବାର ଲୋକଙ୍କୁ ନେଇ ଆସିଥାନ୍ତି। ଯେ କୌଣସି ଫେଷ୍ଟିଭାଲ ସିଜିନ ହେଉ ଵା ବାହାଘର ସିଜିନ ପାଇଁ ସପିଙ୍ଗ ମଲରେ ଯେତିକି ଗହଳି ଲାଗି ଥାଏ। ତା ଠାରୁ ଅଧିକା ଗହଳି ମଦ ଦୋକାନରେ ଥିବାର ଦେଖିବାକୁ ମିଳିଥାଏ। ନିମାପଡାରେ ଅବକାରୀ ବିଭାଗର ବିଚିତ୍ର ନୀତି ଦେଖିବାକୁ ମିଳିଛି. ମଦ ଦୋକାନ ଖୋଲିବା ପାଇଁ ଜନ ଵସତି ଠାରୁ ଦୂରରେ କରିବା ପାଇଁ ସରକାରୀ ନିର୍ଦେଶ ଥିବା ବେଳେ ନିମାପଡାରେ କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି. ମୁଖ୍ୟ ବଜାର ଯେଉଁ ଠାରେ କି ଲୋକ ମାନଙ୍କର ଦୈନଦିନ ଅତ୍ୟାବଶକୀୟ ଜିନିଷ ଆଣିବା ପାଇଁ ଲୋକ ମାନଙ୍କର ଭିଡ଼ ଲାଗି ଥାଏ. ସେହିଠାରେ ହିଁ ମଦ ଦୋକାନ ଖୋଲା ଯାଇଛି। ପାଖରେ ମଧ୍ୟ ଚାଖଣା ଦୋକାନ ଅଛି। ସେହି ଦୋକାନ ପାଖରେ ଚାଖଣା ସାଙ୍ଗକୁ ମଦ ପିଇ ମଦୁଆ ମାତାଲ। ଏପଟେ ଟ୍ରାଫିକ ଜାମରେ ଲୋକେ ବେହାଲ। ଅବକାରୀ ବିଭାଗ ଏବଂ ସ୍ଥାନୀୟ ପୋଲିସ ଏହି ଘଟଣା ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହୋଇଛି।
