ପ୍ରତୀକ୍ଷା

ପ୍ରତୀକ୍ଷା

ଗୋଲୋକବିହାରୀ ବେହେରା

ଚାତକିନୀ ସମ ଚାହିଁ ରହିଅଛି
ତୁମ ଚିଠି ଖଣ୍ଡେ ପାଇବା ପାଇଁ,
ଅତର କାଗଜେ ପତର ଲେଖୁଛି
ଚିଠି ଚାରିପଟେ ରଙ୍ଗ ଲଗେଇ।

ଚିଠିରେ ଲେଖିଛି ମନର ଖବର
ଦେହର ଅବସ୍ଥା ହୃଦୟ ବ୍ୟଥା,
ଦେଖି ଥିଲି କାଲି ରାତିରେ ସପନ
ପାଣି ନ ମିଳିଲେ ମାଛ ଅବସ୍ଥା।

ରୋମିଓ ଜୁଲିଏଟ ଗପ କହିବନି
ଲେଖିବନି ଫୁଲ ଭଅଁର କଥା,
ଭଲ ପାଇବାର ରାସ୍ତାଟା ଚିକ୍କଣ
ପାଦ ଖସିଗଲେ ହେବି ହୀନସ୍ଥା।

ଅଙ୍କକଷା ଭଳି ଚିଠି ଲେଖିବନି
ମାପି ଚୁପି ଶବ୍ଦ କୃପଣ ପରି,
ମୋ’ ରାଣ ଆସିବ ତୁମକୁ ନ ଦେଖି
ଉପବାସେ ଦେବି ଜୀବନ ହାରି।

ଷଡ଼ଙ୍ଗୀ, ଢେଙ୍କାନାଳ
ମୋ : ୯୯୩୮୩୦୩୦୪୬

Leave a Reply

Your email address will not be published. Required fields are marked *