ସବୁଆଡୁ ନିରାଶ ହେବା ପରେ ନ୍ୟାୟ ପାଇଁ ରାଷ୍ଟ୍ରପତିଙ୍କୁ ଗୁହାରି କଲେ ପରିବାରବର୍ଗ
ସବୁଆଡୁ ନିରାଶ ହେବା ପରେ ନ୍ୟାୟ ପାଇଁ ରାଷ୍ଟ୍ରପତିଙ୍କୁ ଗୁହାରି କଲେ ପରିବାରବର୍ଗ
ଆନନ୍ଦପୁର ଆନନ୍ଦପୁର ଉପଖଣ୍ଡ ବଂଚୋ ଗ୍ରାମ ର ଛାତ୍ର ପ୍ରୀତି ପ୍ରଭୁ ପଟ୍ଟନାୟକ ଢେଙ୍କାନାଳ ସହର ଉପକଣ୍ଠ ଗୋବିନ୍ଦପୁର ସ୍ଥିତ ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ପରିବାର ଲୋକେ ସନ୍ଦେହ ପ୍ରକଟ କରି ଢେଙ୍କାନାଳ ସଦର ଥାନାରେ ଅଭିଯୋଗ କରିଥିଲେ ।ଏବଂ କେଶ ନ.-160/2025 ରେ ମାମଲା ରୁଜୁ ହୋଇଥିଲା l
ମାତ୍ର ଘଟଣାର ୭ମାସ ପରେବି ଆଜି ପର୍ଯ୍ୟନ୍ତ ନ୍ୟାୟ ପାଇବାରୁ ବଞ୍ଚିତ ହୋଇ ପରିବାର ଲୋକେ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ। କିନ୍ତୁ କିଛି ସୁଫଳ ନମିଳିବାରୁ ଏବେ ମହାମହିମ ରାଷ୍ଟ୍ରପତିଙ୍କୁ ଗୁହାରି କରି ନ୍ୟାୟ ଭିକ୍ଷା କରିଛନ୍ତି ପରିବାର।
ତାଙ୍କ ବାପା ଆଲୋକ ପଟ୍ଟନାୟକ ଓ ତାଙ୍କ ପତ୍ନୀ
ପୁଅ ପ୍ରୀତିପ୍ରଭୁ ପଟ୍ଟନାୟକ(୧୭) କୁ ଇଞ୍ଜିନିୟର କରାଇବା ଆଶା ନେଇ ଏକ ଘରୋଇ ଇଂଜିନିୟରିଂ କଲେଜରେ ପଢ଼ାଉଥିଲେ। ଡିପ୍ଲୋମା ଦ୍ବିତୀୟ ବର୍ଷର ଛାତ୍ର ଥିବା ପ୍ରୀତିପ୍ରଭୁ ଶାନ୍ତ ସରଳ ସ୍ବଭାବର ଛାତ୍ର ଥିଲେ । ଗତ ମାର୍ଚ୍ଚ ୨ତାରିଖ ଦିନ ଆଲୋକଙ୍କ ବଡ଼ଭାଇ କୌଣସି ସୂତ୍ରରୁ ପ୍ରୀତିପ୍ରଭୁ ମୃତ୍ୟୁବରଣ କରିଥିବା ଖବର ଜାଣିବାକୁ ପାଇଥିଲେ । କଲେଜ ପକ୍ଷରୁ କୌଣସି ସୂଚନା
ମିଳିନଥିବାରୁ ସତ୍ୟାସତ୍ୟ ଉପରେ ପରିବାର ଲୋକଙ୍କ ସନ୍ଦେହ ପ୍ରକାଶ ପାଇଥିଲା। ପରିବାର ଲୋକେ ଓ କିଛି ଗ୍ରାମବାସୀ ସଙ୍ଗେ ସଙ୍ଗେ ଢେଙ୍କାନାଳ ସ୍ଥିତ କଲେଜକୁ ଯାଇଥିଲେ। ମେଡ଼ିକାଲରେ ମୃତଦେହ ରଖାଯାଇଥିବା ଜାଣିବା ପରେ ଡାକ୍ତରଖାନାରେ ପହଞ୍ଚିବା ବେଳକୁ ସେଠାରେ କଲେଜର କାହାକୁ ପାଇନଥିଲେ। ମୃତଦେହ ବ୍ୟବଚ୍ଛେଦ ଗୃହରେ ଥିବା ଦେଖିବାକୁ ପାଇଥିଲେ।
ଶୁଣିଥିଲେ ଯେ ପୋଖରୀରେ ବୁଡ଼ିଯାଇ ପ୍ରୀତିପ୍ରଭୁର ମୃତ୍ୟୁ ଘଟିଛି। କିନ୍ତୁ ପ୍ରୀତିପ୍ରଭୁ ଭଲ ଭାବେ ପହଁରା ଜାଣିଥିବା ବେଳେ ପୋଖରୀରେ କିପରି ବୁଡିଗଲା ତାହାକୁ ନେଇ ସନ୍ଦେହ ଉପୁଜିଥିଲା । ଅନ୍ୟ ପକ୍ଷରେ ଯଦି ପୁଅ ପାଖରୀରେ ବୁଡିଗଲା କଲେଜ କର୍ତ୍ତୃପକ୍ଷ କାହିଁକି ପରିବାର ଲୋକଙ୍କୁ ସୂଚନା ନଦେଲେ। ଡାକ୍ତରଖାନାରେ ଶବଟି ପଡ଼ି ରହିଥିବା ବେଳେ କଲେଜ କର୍ତ୍ତୃପକ୍ଷ କାହିଁକି ସେଠାରେ ଜଣେ ହେଲେବି ନଥିଲେ ବୋଲି ପ୍ରଶ୍ନ କରିଥିଲେ ଆଲୋକ ଓ ତାଙ୍କ ପତ୍ନୀ । ଏ ଘଟଣାକୁ ୭ମାସ ଅତିକ୍ରମ କରିବା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ କିଛି ପଦକ୍ଷେପ ନିଆଗଲା ନାହିଁ। ଏନେଇ ବାପା ଆଲୋକ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିବା ପରେ କେବଳ ତାଙ୍କ ପାଖକୁ ପୁଲିସ୍ ତଦନ୍ତର ଏକ କପି ଆସିଛି। ତେଣୁ ସେ ବାଧ୍ୟ ହୋଇ ଭାରତର ମହାମହିମ୍ ରାଷ୍ଟ୍ରପତିଙ୍କୁ ନ୍ୟାୟ ଭିକ୍ଷା ପାଇଁ ନିବେଦନ କରିଛନ୍ତି ଏବଂ ଓଡିଶା ର ମୁଖ୍ୟମନ୍ତ୍ରୀ ଙ୍କୁ x ଯୋଗେ ଅଭିଯୋଗ କରିଛନ୍ତି ଏବଂ ଓଡିଶା ରା ଆଇନ ମନ୍ତ୍ରୀ ଙ୍କୁ ଅଭିଯୋଗ ଜାଣିଛନ୍ତି । ଯଦି କୌଣସି ଆଡୁ ନ୍ୟାୟ ନମିଳେ ତେବେ ବାପା ଓ ମାଆ ଦୁହେଁ ଢେଙ୍କାନାଳ ସ୍ଥିତ ଇଂଜିନିୟରିଂ କଲେଜ ସମ୍ମୁଖରେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି।
