ଭଦ୍ରକ ବାଣିଜ୍ୟ ମେଳା ପାଇଁଁ ସାମ୍ବାଦିକ ସମ୍ମିଳନୀ
ଭଦ୍ରକ ବାଣିଜ୍ୟ ମେଳା ଚଳିତ ମାସ ଡିସେମ୍ବର ୬ ରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଭଦ୍ରକ କଲେଜ ପଡ଼ିଆଠାରେ ଚାଲିବ । ଚଳିତ ବର୍ଷ ବାଣିଜ୍ୟ ମେଳାରେ ୧୮୭ଟି ଷ୍ଟଲ ଖୋଲିବ । ଚଳିତ ବର୍ଷ ଦେଶର ବିଭିନ୍ନ ଜାଗରୁ ବ୍ୟବସାୟୀ ମାନେ ଅଂଶ ଗ୍ରହଣ କରୁଅଛନ୍ତି । ଦିଲ୍ଲୀ, ଉତ୍ତର ପ୍ରଦେଶ, ହରିଆଣା, ରାଜସ୍ଥାନ, ବିହାର, ପଶ୍ଚିମବଙ୍ଗ, ମଣିପୁର, ଆସାମ, ଜାମୁ କାଶ୍ମୀର ଆଦି ରାଜ୍ୟରୁ ବ୍ୟବସାୟୀ ମାନେ ସେମାନଙ୍କର ରାଜ୍ୟର କାରିଗର ମାନଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ହସ୍ତଶିଳ୍ପ ଓ ହସ୍ତତନ୍ତ୍ର ସାମଗ୍ରୀ ଏଠାରେ ପ୍ରଦର୍ଶନ ଓ ବିଜୟ କରିବେ। ତାହା ସହିତ ଓଡିଶାରୁ ବିଭିନ୍ନ ଜିଲ୍ଲାରୁ ମଧ ଏସ.ଏଚ୍.ଜି. ଓ ବ୍ୟବସାୟୀ ଅଂଶଗ୍ରହଣ କରୁଅଛନ୍ତି । ଭଦ୍ରକ ବାଣିଜ୍ୟ ମେଳା ପରିସରରେ ଏକ ଅଟୋ ଏକ୍ସପୋର ମଧ୍ୟ ଆୟୋଜନ କରାଯିବ । ଏଥରେ ବିଭିନ୍ନ ଯାନବାହାନ ନିର୍ମାତା ସେମାନଙ୍କ ଗାଡି ଗୁଡିକ ପ୍ରଦର୍ଶିତ କରିବେ । ଏବଂ ଜନସାଧାରଣ ସେମାନଙ୍କ ମନପସନ୍ଦର ଗାଡି ଉକ୍ତ ଏକ୍ସପୋର ବୁକିଂ କରି ସତନ୍ତ୍ର ରିହାତି ପାଇବାର ସୁଯୋଗ ନେଇପାରିବେ ।କେନ୍ଦ୍ର ସରକରାଙ୍କ MSME ର ମଧ୍ୟ ୭୦ଟି ଷ୍ଟଲ ସ୍ଥାନ ପାଇବ । ମେଳାରେ ଘରକରଣା ସାମଗ୍ରୀ ଠାରୁ ନେଇ ପୋଷାକ, ଦୈନଦିନ ବ୍ୟବହାର ହେଉଥିବା ଅତ୍ୟାବଶ୍ୟକ ସାମଗ୍ରୀ, ଜୋତା, ଚପଲ, ଘର ସଜାଇବା ଆଦି ବିଭିନ୍ନ ସାମଗ୍ରୀ ଉପଲବ୍ଧ ହେବ । ଓଡିଶାର ପ୍ରତିଷ୍ଠିତ ମସଲା କମ୍ପାନୀ “ରୁଟି” ପକ୍ଷରୁ ମଧ୍ୟ ମେଳା ଅବସରରେ ଗୃହକଙ୍କ ପାଇଁ ସତନ୍ତ୍ର ଅଫର ରଖାଯାଇଛି ।ମେଳା ବୁଲିବାକୁ ଆସୁଥିବା ଜନସାଧାରଣଙ୍କ ପାଇଁ ସତନ୍ତ୍ର ଭାବେ ଫୁଡ୍ କୋର୍ଟ (Food Cort) ସ୍ଥାପନ କରାଯିବ । ସେଠାରେ ଓଡିଶାର ପାରମ୍ପରିକ ଖାଦ୍ୟ ସୁଢୀ ମାଂସ, ଛେନା ଝିଲ୍ଲା, ରସାବଳୀ ଠାରୁ ନେଇ ରାଜସ୍ଥାନ ଖାଦ୍ୟ ଓ ଫାଷ୍ଟଫୁଡ୍ ଉପଲ୍ଧ ହେବ । ମହିଳା ମାନଙ୍କ ପାଇଁ ଏହି ମେଳାରେ ମୀନା ବଜାର ଓ ପିଲାମାନଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ଦୋଳିର ଆୟୋଜନ କରାଯାଇ ଅଛି । ଏସବୁ ସହିତ ବାଣିଜ୍ୟ ମେଳା ପରିସରରେ ଥିବା ମଞ୍ଚରେ ପ୍ରତି ସଂନ୍ଧ୍ୟାରେ ଆକର୍ଷଣୀୟ ନୃତ୍ୟ, ସଂଗୀତ ପରିବେଷଣ କରାଯିବ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଉଦୀୟମାନ ଓ ପ୍ରତିଷ୍ଠିତ କଳାକାରମାନେ ସେମାନଙ୍କ କଳା ନୈପୁଣ୍ୟ ପ୍ରଦର୍ଶନ କରିବେ ।ଭଦ୍ରକ ଜିଲ୍ଲା ପ୍ରଶାସନ,ପୋଲିସ୍ ପ୍ରଶାସନ, ଅଗ୍ନିଶ୍ରମ ବାର୍ହନୀ, ଭଦ୍ରକ ପୌରପାଳିକା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, Bhadrak Tata Power ର ଅଧୁକାରୀଙ୍କୁ ମେଳା ସଫଳତାର ସହିତ ଆୟୋଜନ ନିମନ୍ତେ କମିଟି ତରଫ ରୁ ନିବେଦନ କରିଥିଲେ।
