ପ୍ରିତିପ୍ରଜ୍ଞା କୋଣାର୍କ କଲେଜ୍ ଟପ

ର୍କୋଣାର୍କ – ଚଳିତ ୨୦୨୫ ମସିହା +୨ ପରୀକ୍ଷା ଫଳ ଏକତ୍ର ପ୍ରକାଶ ପାଇଛି। କଳା,ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଫଳ ଏକା ଥରକେ ପ୍ରକାଶିତ ହୋଇଛି। କୋଣାର୍କ ସରକାରୀ ଭଗବତୀ ମହାବିଦ୍ୟାଳୟରେ ମଧ୍ୟମ ଧରଣର ପରୀକ୍ଷା ଫଳ ଦେଖିବାକୁ ମିଳିଛି। ବିଜ୍ଞାନରେ ଭଲ ଫଳ ହୋଇଥିବା ବେଳେ କଳା ବିଭାଗରେ ଅଶାଠୁ କମ୍ ପାସ୍ ହାର ଦେଖିବାକୁ ମିଳିଛି। କଳାରେ ୨୦୩ ଜଣ ପରୀକ୍ଷା ଦେଇଥିବା ବେଳେ ୧୨୭ ଜଣ ପାସ୍ କରି ୭୬ ଜଣ ଫେଲ ହୋଇଛନ୍ତି ।ସେମାନଙ୍କ ମଧ୍ୟରୁ ୩୬ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ପ୍ରିତିପ୍ରଜ୍ଞା ସାହୁ ୫୨୮ ମାର୍କ ରଖି କଲେଜ ଟପର୍ ହୋଇଛନ୍ତି। ଏଥି ସହିତ ବିଜ୍ଞାନ ବିଭାଗରେ ୩୬ ଜଣ ପରୀକ୍ଷା ଦେଇ ୩୫ ଜଣ ପାସ୍ କରିଛନ୍ତି। ୧୯ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଜ୍ୟୋତିର୍ମୟୀ ମହାରଣା ୫୦୪ ମାର୍କ ରଖି କଲେଜର ବିଜ୍ଞାନ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ବାଣିଜ୍ୟ ବିଭାଗରେ ୧୦ଜଣ ପରୀକ୍ଷା ଦେଇ ୯ଜଣ ପାସ୍ କରିଛନ୍ତି। ୨ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବର୍ଷା ବେହେରା ୫୦୦ ମାର୍କ ରଖି ପ୍ରଥମ ହୋଇଛନ୍ତି। କଲେଜ୍ ପରୀକ୍ଷା ଫଳ ଆଶାତୀତ ହୋଇଥିବା ନେଇ ଅଧକ୍ଷ ଅବତାର ମିଶ୍ର ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *