ପ୍ରସ୍ତୁତି ବୈଠକ

ତା୫/୧୦/୨୦୨୧ରିଖ ଦିନ ୧୧.୩୦ ମିନିଟ୍ ସମୟରେ କୃଷ୍ଣପ୍ରସାଦ ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଙ୍କ ଅଧ୍ୟକ୍ଷତାରେ ବ୍ଲକ ପ୍ରଶାସନ ଓ ନିର୍ବାଚିତ ପ୍ରତିନିଧି ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତକୁ ସଫଳ କରିବା ଓ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍ଥ କାର୍ଡକୁ ହିତାଧିକାରୀଙ୍କୁ କିପରି ସୁଚାରୁରୂପେ ପ୍ରଦାନ କରାଯିବ ସେ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଅଛି। ଏହି ବୈଠକରେ କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା ସୈାଦାମିନୀ ମାନସିଂହ, ଉପାଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀଧର ସାହୁ, ଜିଲ୍ଲା ପରିଷଦ ସଦସ୍ୟା ପ୍ରଭାତୀ ପ୍ରଧାନ, ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ ମନୋଜ କୁମାର ନାୟକ, ତହସିଲଦାର ହୁଲ୍ଲାସ ଚନ୍ଦ୍ର ସେଠୀ ଓ କୃଷ୍ଣ ପ୍ରସାଦ ଥାନା ଅଧିକାରୀ ଦିଲ୍ଲିପ ସ୍ଵାଇଁ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *