ବଡ଼ଚଣା ଭାଜପା ପକ୍ଷରୁ ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯାନ ପ୍ରସ୍ତୁତି ବୈଠକ.

ବଡ଼ଚଣା:ସମଗ୍ର ରାଜ୍ୟରେ ଭାରତୀୟ ଜନତାପାର୍ଟି ପକ୍ଷରୁ ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।ଆସନ୍ତା ୨୫ ନଭେମ୍ବର ରେ ବଡଚଣା ଭାଜପା ପକ୍ଷରୁ ଏହି କାର୍ଯ୍ୟକ୍ରମ ପାଇଁ ଏକ ପ୍ରସ୍ତୁତି ବୈଠକ ଚଣ୍ଡିଖୋଲ ସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ଭାଜପା ସମ୍ପାଦକ ପ୍ରମୋଦ କୁମାର ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ବିଧାୟକ ଅମର କୁମାର ନାୟକ ଯୋଗଦେଇ ଆତ୍ମନିର୍ଭର ଭାରତ ଓ ବନ୍ଦେ ମାତରଂ କାର୍ଯ୍ୟକ୍ରମ ସଫଳ କରିବା ପାଇଁ ସମସ୍ତ ୪୩ ଗୋଟି ଗ୍ରାମ ପଞ୍ଚାୟତରୁ ଚାରି ହଜାର କାର୍ଯ୍ଯକର୍ତ୍ତା ଯୋଗଦାନ କରିବେ।ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତି ଅବସରରେ ସମଗ୍ର ରାଜ୍ୟରେ ଏହା ପାଳିତ ହେଉଅଛି।ମହାବିନାୟକ ନିକଟସ୍ଥ ବାଳିକା ବିଦ୍ୟାଳୟ ଠାରେ ସକାଳ ଆଠ ଘଟିକାରେ ଏହି ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ବୈଠକରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତୀ ସେନାପତି,ଉପାଧ୍ୟକ୍ଷ ବିଭାସ ଚନ୍ଦ୍ର ନନ୍ଦ, ଜିଲ୍ଲାପରିଷଦ ସଭ୍ଯ ଅରବିନ୍ଦ ସାମଲ, ଯଚିନ୍ଦ୍ର ନାୟକ, ମଣ୍ଡଳ ସଭାପତି ବିମଳ ପ୍ରସନ୍ନ ପ୍ରଧାନ, ମାନସ ରାଉତ ରାୟ,ଅଶୋକ ସିଂ,ମଣ୍ଡଳ ପ୍ରତିନିଧି ଲଲାଟେନ୍ଦୁ ମହାପାତ୍ର, ପ୍ରତାପ ଧଳ, ସୀତାନାଥ ବଳସାମନ୍ତ, ବିକାଶ ମହାପାତ୍ର, ରବିନ୍ଦ୍ର ରାଉତ ପ୍ରମୁଖ ଯୋଗଦେଇ ମତାମତ ପ୍ରଦାନ କରିଥିଲେ।ଏଥିରେ ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ଯ, ପଂଚୟତ ପ୍ରମୂଖ, ସହ ପ୍ରମୂଖ ସହ ଶତାଧିକ କାର୍ଯ୍ଯକର୍ତ୍ତା ଯୋଗଦେଇ ଥିଲେ।ଶେଷରେ ମହାବିନାୟକ ମଣ୍ଡଳର ସଭାପତି ବେଣୁଧର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *