ଉଦଳା ମହୋତ୍ସବ “ଧୂମସା ” ପାଳିତ ପାଇଁ ପ୍ରସ୍ତୁତି ବୈଠକ
ଉଦଳା ୨୫/୧୧ କପ୍ତିପଦା ଉପ ଖଣ୍ଡ ଉଦଳା ମହୋତ୍ସବ “ଧୂମସା ” ଆସନ୍ତା ଡିସେମ୍ବର ମାସ ୧୪ ତାରିଖ ରେ ଶୁଭାରମ୍ଭ ହୋଇ ୨୧ଡିସେମ୍ବର ପର୍ଯ୍ୟନ୍ତ ମହାସମାହାର ରେ ସ୍ଥାନୀୟ ଉଦଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ପାଳିତ ହେବ l ଏହି ମହୋତ୍ସବ ପାଳନ ଲାଗି ଆଜି ଉଦଳା ବିଜ୍ଞାପିତ ଅଞ୍ଚଳ ପରିସର ମଧ୍ୟରେ ଥିବା ସନ୍ଧନୀ ଗୃହ ମଧ୍ୟରେ ପ୍ରସ୍ତୁତି ବୈଠକ ରେ ଚୂଡାନ୍ତ ନିଷ୍ପତି ନିଆଯାଇଛି l କପ୍ତିପଦା ଉପ ଖଣ୍ଡ ର ଉପ ଜିଲାପାଳ ସୁଶାନ୍ତ କୁମାର ବାରି କ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ପ୍ରାକ ପ୍ରସ୍ତୁତି ବୈଠକ ରେ ଉଦଳା ର ବିଧାୟକ ଶ୍ରୀଯୁକ୍ତ ଭାସ୍କର ମଢେଇ, ଭୁତ ପୂର୍ବ ଯୁବ ବିଧାୟକ ଶ୍ରୀଯୁକ୍ତ ଶ୍ରୀନାଥ ସୋରେନ , ଏନ. ଏ. ସି ଅଧକ୍ଷ୍ୟା କର୍ମା ପ୍ରବୀଣl ପ୍ରମିଳା ପଣ୍ଡା, ବ୍ଲକ ଅଧକ୍ଷ୍ୟା ମଞ୍ଜୁଲତା ବିଶ୍ୱାଳ, ଉଦଳା ବାର ସଙ୍ଘ ର ସାଧାରଣ ସମ୍ପାଦକ ବସନ୍ତ କୁମାର ବିଶ୍ୱାଳ ପ୍ରଭୃତି ଏହି ପ୍ରାକ ପ୍ରସ୍ତୁତି ବସିଥିସ୍କସରେ ଯୋଗ ଦାନ କରି ଥିଲେ l ଏଥିରେ ସ୍ଥାନୀୟ ଲୋକ କଳା , ପାରମ୍ପରିକ ସଂସ୍କୃତି , ନୃତ୍ୟ ସଂଗୀତ, ଆଦି ପ୍ରସାର ଓ ପ୍ରଚାର କରି ଜନ ମାନସ ରେ କିପର ଆଦୃତ ହୋଇପାରବ ସେଥିପ୍ରତି ବିଶେଷ ଧ୍ୟାନ୍ୟ ଦିଅଯିବ l ଏହି ପ୍ରସ୍ଥିତି ବୈଠକ ରେ ଉଦଳା ଉପ ଖଣ୍ଡ ର ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ପ୍ରଧାନ ଙ୍କ ଭୂମିକା ଅତି ଗୁରୁତ୍ୱ ପୂର୍ଣ୍ଣ ଥିଲା l ତାଙ୍କର ବୈଠକ ର ସୁ ପରିଚାଳନା ସମସ୍ତ ଙ୍କୁ ସନ୍ତୋଷ ପ୍ରଦାନ କରିଥିଲା l ଇହ ବୈଠକ ରେ ଉପଖଣ୍ଡ ର ସମସ୍ତ ପ୍ରଶାସନ ଅଧିକାରୀ, ବୁଦ୍ଧି ଜିବି , ବରିଷ୍ଠ ନାଗରିକ, ସାମ୍ବାଦିକ, ଲୋକ ପ୍ରତିନଧି ଓ ବିଭିନ୍ନ ଅନୁଷ୍ଠାନ ର କର୍ମଚାରୀ ସମୂହ ଯୋଗଦାନ କରି ବୈଠକ କୁ ପୂର୍ଣ୍ଣାଙ୍ଗ କରି ବାରେ ସହାୟକ ହୋଇଥିଲେ l
