ତିର୍ତ୍ତୋଲ ମାଟିର ଜନନେତା ଙ୍କ ପ୍ରତିମୂର୍ତ୍ତି ନିର୍ମାଣ ନିମନ୍ତେ ପ୍ରସ୍ତୁତି ବୈଠକ
ତିର୍ତ୍ତୋଲ: ଜଗତସିଂହପୁର ବିକାଶ ପରିଷଦ ଆନୁକୁଲ୍ୟରେ, ଗତ ରବିବାର ଦିନ ଅପରାହ୍ନ ରେ ସ୍ଥାନୀୟ ବୀଣାପାଣି ମଣ୍ଡପରେ, ତିର୍ତ୍ତୋଲ ମାଟିର ସ୍ବର୍ଗତ ଜନନେତା ମାନଙ୍କ ପ୍ରତିମୂର୍ତ୍ତି ନିର୍ମାଣ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଦେବେନ୍ଦ୍ର କୁମାର ମଲ୍ଲିକ ଙ୍କ ଆବାହକତ୍ୱରେ ଓ ଆଇନଜୀବି ଅମର ଜ୍ୟୋତି ସାହୁ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ସ୍ବର୍ଗତ ନିଶାମଣି ଖୁଣ୍ଟିଆ, ସ୍ୱର୍ଗତ ପ୍ରତାପ ଚନ୍ଦ୍ର ମହାନ୍ତି, ସ୍ଵର୍ଗତ ବସନ୍ତ କୁମାର ବିଶ୍ବାଳ ଓ ସ୍ବର୍ଗତ ନିତ୍ୟାନନ୍ଦ ସାମନ୍ତରାୟ ଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବା ନିମନ୍ତେ ଏକ ୧୫ ଜଣିଆ କମିଟି ଗଠନ କରାଗଲା। ଏଥିରେ ଅକ୍ଷୟ କୁମାର ଦାସ , ପ୍ରେମାନନ୍ଦ ମହାନ୍ତି , ବିବେକାନନ୍ଦ ହୋତା , ନାରାୟଣ ପ୍ରାସାଦ ଜେନା , ରମାକାନ୍ତ ରାଉଳ, ଦେବ ପ୍ରାସାଦ ନାୟକ, ବିଜୟ ନାୟକ, ଦେବବ୍ରତ ମହାନ୍ତି, ଯଶୋବନ୍ତ ରାଉତ , ଦେବାଶିଷ ଶର୍ମା, ଅଶ୍ଵିନୀ ସ୍ଵାଇଁ , ଚିତ୍ତରଞ୍ଜନ ସିଂହ, ବରଦା ପ୍ରସାଦ ରାଉତ, ଶ୍ରୀକାନ୍ତ ଦାଶ, ମାନସ କୁମାର ସୁତାର, ରଞ୍ଜନ ଖୁଣ୍ଟିଆ ଓ ଚନ୍ଦ୍ରକାନ୍ତ ବାରିକ ଙ୍କୁ ପ୍ରତିମୂର୍ତ୍ତି ନିର୍ମାଣ କମିଟି ପାଇଁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା। ସେହିପରି ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ଭାବରେ, ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ, ପୁର୍ବତନ ବିଧାୟକ ଚିରଞ୍ଜିବି ବିଶ୍ବାଳ, ପ୍ରମୋଦ ଚନ୍ଦ୍ର ମହାନ୍ତି, ସଂଘମିତ୍ରା ଖୁଣ୍ଟିଆ, ମାନ୍ୟବର ମନ୍ତ୍ରୀ ସମ୍ପଦ ସ୍ୱାଇଁ , ସାଂସଦ ବିଭୁପ୍ରାସାଦ ତରାଇ, ଓ ତିର୍ତ୍ତୋଲ ବିଧାୟକ ପ୍ରଫେସର ଡଃ ରମାକାନ୍ତ ଭୋଇ ଙ୍କୁ ମନୋନୀତ କରଯାଇଥିଲା। ସଭାର ପ୍ରାରମ୍ଭ ରେ ଦିବଂ ଗତ ଡଃ ନିରୋଦ କୁମାର ଗୋଛାୟତ ଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରଯାଇଥିଲା l ଶେଷରେ ବିକ୍ରମ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
