ଫୁଲବାଣୀ ରେ ସର୍ଦ୍ଧାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ପଦଯାତ୍ରା ପାଇଁ ପ୍ରସ୍ତୁତି ବୈଠକ l

ଫୁଲବାଣୀ:ନୀପ୍ର:-୨୩/୧୦ ଆଜି ସ୍ଥାନୀୟ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ଫୁଲବାଣୀର ସମ୍ମିଳନୀ କକ୍ଷରେ ଭାରତର ଲୌହ ମାନବ ସର୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଆୟୋଜିତ ହେବାକୁଥିବା ପଦଯାତ୍ରା – ଏକତା ଯାତ୍ରାର ସଫଳ ଆୟୋଜନ ପାଇଁ ମାନ୍ୟବର ସାଂସଦ, କନ୍ଧମାଳ ଶ୍ରୀ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି। ଏହି ପଦଯାତ୍ରା ୧୭ ନଭେମ୍ବର ୨୦୨୫ରେ ଆୟୋଜନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ପ୍ରାୟ ୧୦ କି.ମିର ପଦଯାତ୍ରା ପାଇଁ ସ୍ଥାନ ନିରୂପଣ କରିବା ଯିବ । ଏହି ସମୟରେ ରାସ୍ତାରେ ପ୍ରତି ୧ କି.ମିରେ ପାନୀୟ ଜଳ ବ୍ୟବସ୍ଥା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ସ୍ଥାନୀୟ ଉତ୍ପାଦଗୁଡିକ ପ୍ରଦର୍ଶନ, ଏକ ପେଡ ମାଆ କେ ନାମ କାର୍ଯ୍ୟକ୍ରମ, ରଙ୍ଗୋଲି ପ୍ରତିଯୋଗିତା, ସଫେଇ କାର୍ଯ୍ୟକ୍ରମ ଇତ୍ୟାଦିର ବ୍ୟବସ୍ଥା କରାଯିବ। ଜିଲ୍ଲାପାଳ, କନ୍ଧମାଳ ଶ୍ରୀ ବେଦଭୂଷଣ, ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା, ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାଏକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, କନ୍ଧମାଳ ଶ୍ରୀ ଶମ୍ଭୁନାଥ ନନ୍ଦୀ, ଉପଜିଲ୍ଲାପାଳ ବାଲିଗୁଡ଼ା ପ୍ରଣିତା ଦାଶ, ଉପଜିଲ୍ଲାପାଳ ଫୁଲବାଣୀ ଶ୍ରୀ ଭିକାରୀ ସାହୁ, ଡି.ସି.ଓ.ଡି.ଆଇ.ପି.ଆର୍.ଓ-ତଥା-ପ୍ରକଳ୍ପ ପ୍ରଶାସକ, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ଶ୍ରୀ ଗଦାଧର ପାତ୍ର, ପ୍ରକଳ୍ପ ପ୍ରଶାସକ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ବାଲିଗୁଡ଼ା ଶ୍ରୀ କୃପାସିନ୍ଧୁ ବେହେରା, ଜିଲ୍ଲା ଭାଜପା ସଭାପତି ଶ୍ରୀ ପଣ୍ତିତ ବିଶି ମାଝୀ, ମାନ୍ୟବର ସାଂସଦ ପ୍ରତିନିଧି ଦୁର୍ଗା ମାଧବ ଆଚାର୍ଯ୍ୟ ଓ ବିଭିନ୍ନ ବିଭାଗୀୟ ଅଧିକାରୀ, ପୋଲିସ ଅଧିକାରୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *