ପ୍ରଭୁଙ୍କ ହେରାପଞ୍ଚମୀ ନୀତି ପାଇଁ ପ୍ରସ୍ତୁତି।
ଶ୍ରୀଗୁଣ୍ଡିଚା ମନ୍ଦିର ଆଡପ ମଣ୍ଡପରେ ଚତୁର୍ଦ୍ଧା ବିଗ୍ରହଙ୍କ ଚାଲିଛି ନୀତିକାନ୍ତି | ତେବେ ଆସନ୍ତାକାଲି ଗୁରୁବାର ଆଷାଢ଼ ଶୁକ୍ଳ ପଞ୍ଚମୀ
ମାସାନ୍ତ ତିଥି | ଏହି ଅବସରରେ ଶ୍ରୀଜୀଉଙ୍କ ଅନୁଷ୍ଠିତ ହେବ ବନକ ଲାଗି ନୀତି | ମହାପ୍ରଭୁଙ୍କ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ସମ୍ପନ୍ନ ହେବା ପରେ ଶ୍ରୀଜୀଉ ମାନଙ୍କ ‘ବନକଲାଗି’ ବା ‘ଶ୍ରୀମୁଖ ସିଂହାର’ ନୀତି ସମ୍ପର୍ନ ହେବ | ଦତ୍ତ ମହାପାତ୍ର ସେବକ ମାନେ ମହାପ୍ରଭୁଙ୍କ ଏହି ଗୁପ୍ତ ବା ବିଶେଷ ନୀତି ସମ୍ପାଦନ କରିବେ | କଳା, ଧଳା, ନାଲି, ହରିତାଳ, ହିଙ୍ଗୁଳ ଆଦି ପାରମ୍ପରିକ ରଙ୍ଗରେ ଶ୍ରୀଜୀଉଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ।
ଆସନ୍ତା ୧୭ତାରିଖରେ ତିନିରଥର ଦକ୍ଷିଣି ମୋଡ। ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବୈଷୟିକ ଟିମ୍ ଦ୍ୱାରା ତିନିରଥର ହେଲା ଯାଞ୍ଚ। ଶ୍ରୀଗୁଣ୍ଡିଚା ଯାତ୍ରା ପରେ ଆଜି ହେଉଛି ଯାଞ୍ଚ। ତିନିରଥରେ ରହିଛି ସାମାନ୍ୟ ଫାଟ। ବଳଭଦ୍ରଙ୍କ ତାଳଧ୍ଵଜ ରଥ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଗୋଟିଏ ଲେଖାଏଁ ଚକରେ ରହିଛି ସାମାନ୍ୟ ଫାଟ। ସେହିଭଳି ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ପ୍ରଭାରେ ରହିଛି ଫାଟ। ଏହାକୁ ମରାମତି କରାଯାଉଛି। ଦଶମହାରଣା ଛଅଜଣ ଭୋଇ ସେବକ ଓ ତିନିଜଣ କମାର ସେବକ କରୁଛନ୍ତି ମରାମତି। ପୂର୍ବତଟ ରେଳବାଇର ଟେକ୍ନିକାଲ ଟିମ୍ କ୍ଷତିଗ୍ରସ୍ତ ଅଂଶକୁ ଜଗ ଲଗାଇ ଟେକି ଧରିବା ଯୋଗୁଁ ମରାମତି ତ୍ୱରିତ ସହ ସହଜ ହୋଇପାରିଛି।
