ଜନ୍ମ ଶତାବ୍ଦୀ ବର୍ଷ ପାଳନ ର ପ୍ରସ୍ତୁତି ବୈଠକ।
ରଘୁନାଥପୁର ତା ୨୧/୧୨:- ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ କୋରକରା ସ୍ଥିତ ଶ୍ରୀଶ୍ରୀ ରୁଦ୍ରେଶ୍ବର ମହାଦେବ ଙ୍କ ପିଠପ୍ରାଙ୍ଗଣରେ ଜନ୍ମ ଶତାବ୍ଦୀ ବର୍ଷ ପାଳନ ଅବସରରେ ଏକ ଗାୟତ୍ରୀ ମହାଯଜ୍ଞ ଆୟୋଜନ ଉଦେଶ୍ୟରେ ଏକ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ବିଜେପି ଯୁବନେତା ଅଶୋକ କୁମାର ମହାରଣା,ପ୍ରକାଶ କୁମାର ରାଉତ, ସୁକାନ୍ତ ରାଉତ,କୈଳାସ କୁମାର ରାଉତ,ଅକ୍ଷୟ କୁମାର ରାଉତ, ଅଜିତ ମହାପାତ୍ର,ସୁଭେନ୍ଦୁ ଦାସ,ଉପସ୍ତିତ ରେ ଏକ ଯଜ୍ଞସମିତି ଗଠନ କରାଯାଇଛି।ଗାୟତ୍ରୀ ପରିବାର ଯୋନାଲ ସଂଯୋଜକ କୣପାସିନ୍ଧୁ ଶଡଙ୍ଗୀ ଙ୍କ ଉପସ୍ଥିତ ରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଆଗାମୀ ମଙ୍ଗଳବାର ଏହାର ପୂର୍ଣ୍ଣଙ୍ଗ ଜଜ୍ଞ କମିଟି ଗଠନ କରାଯିବବୋଲି ଏହି ବୈଠକରେ ଗାୟତ୍ରୀ ପରିବାର ପକ୍ଷରୁ ନରେନ୍ଦ୍ର କୁମାର ଆଚାର୍ଯ୍ୟ, ଅଜିତ କୁମାର ମହାପାତ୍ର,ଶଶାଙ୍କ ଶେଖର ପଟ୍ଟନାୟକ,ଉମେଶ ରାୟ ସୂଚନା ପ୍ରଦାନ କରିଛନ୍ତି।ଏଥିରେ ଅଶୋକ ମହାରଣାଙ୍କୁ ସମିତି ର ସଭାପତି ଓ ସୁଭେନ୍ଦୁ ଦାସ ଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଛି।
