ନିର୍ବାଚନୀ ସାକ୍ଷରତା କ୍ଲବ୍ ଗଠନର ପ୍ରସ୍ତୁତି ବୈଠକ
ନିର୍ବାଚନୀ ସାକ୍ଷରତା କ୍ଲବ୍ ଗଠନର ପ୍ରସ୍ତୁତି ବୈଠକଭବାନୀପାଟଣା ତା : ୧୬.୧୨.୨୦୨୫ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ପାଖର ସଚିନପ୍ରକାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ପାଞ୍ଚଗୋଟି ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ବିଭିନ୍ନ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ, ଜିଲ୍ଲା ଶିକ୍ଷା ଅଧିକାରୀ, କଳାହାଣ୍ଡି ଏବଂ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ସଭାପତି ଓ ସମ୍ପାଦକଙ୍କ ଉପସ୍ଥିତିରେ ନିର୍ବାଚନ ସମ୍ବନ୍ଧୀୟ ବୈଠକ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଉପସ୍ଥିତ ସମସ୍ତ ସଭ୍ୟସଭ୍ୟାଙ୍କୁ ସ୍ବାଗତ କରି ଭୋଟରଙ୍କ ସଚେତନ ନିମନ୍ତେ ନିର୍ବାଚନୀ ସାକ୍ଷରତା କ୍ଲବ୍ (Electoral literacy club) ଗଠନ ପାଇଁ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡିଗ୍ରୀ କଲେଜ ର ଅଧ୍ଯକ୍ଷ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ନିର୍ଦେଶ ଦେଇଥିଲେ । ସମସ୍ତ ନିର୍ବାଚନ ପଞ୍ଜୀକରଣ ଅଧୂକାରୀମାନଙ୍କୁ ଫର୍ମ ପ୍ରକ୍ରିୟାକରଣ, ବ୍ଲକ-ଏ-କଲ ଓ ଭୋଟରଙ୍କ ମ୍ୟାପିଗରେ ଉନ୍ନତି ଆଣିବାପାଇ ନିର୍ଦେଶ ଦେଇଥିଲେ । ଏହାପରେ କଳାହାଣ୍ଡି ଜିଲ୍ଲାରେ ନୂତନ ଭାବେ ଗଠିତ ହୋଇଥିବା ୨୯୨ ଗୋଟି ଭୋଟ ଗ୍ରହଣ କେନ୍ଦ୍ର ବିଷୟରେ ସମସ୍ତ ରାଜନୈତିକ ଦଳର ସଭାପତି ଓ ସମ୍ପାଦକ ମାନଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଏହାର ଏକ ନକଲ ସଭାପତି ଓ ସମ୍ପାଦକ ମାନଙ୍କୁ ଦିଆଗଲା । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ, ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ) ବଇତୁରା ଦୀପ, ମୁଖ୍ୟ ଉନ୍ନୟନ ଆଦିକାରୀ ଜିଲ୍ଲା ପରିଷଦ ଦୟାମୟ ପାଢୀ, ଉପ ଜିଲ୍ଲାପାଳ ଧର୍ମଗତ ପ୍ରେକ୍ଷା ଅଗ୍ରୱାଲ, ଭାରତୀୟ ପ୍ରଶାସନିକ ସେବା ଅଧିକାରୀ (Probation ) ଅନିମେଷ ପ୍ରଧାନ, ଉପ ଜିଲ୍ଲାପାଳ ଭବାନୀପାଟଣା ପ୍ରଭାତ କୁମାର ପରିଡା, ଡେପୁଟି କଲେକ୍ଟର ମନୀଷା ଗୁମ୍ଫା ପ୍ରମୁଖ ଉପସ୍ଥିତ ଥିଲେ ।ଶେଷରେ ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକୁ ଜିଲ୍ଲା ନିର୍ବାଚନ ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।
