ବିକାଶ ବାହନ ପରିକ୍ରମା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବିକାଶ ବାହନ ପରିକ୍ରମା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ରାୟଗଡ଼-୧୦/୬-ଓଡିଶା ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଜନସାଧାରଣଙ୍କୁ ବ୍ୟାପକ ସଚେତନତା କରିବା ନିମନ୍ତେ ଚଳିତ ଜୁନ ମାସ ୧୨ ଠାରୁ ୨୧ ତାରିଖ ମଧ୍ୟରେ ପ୍ରତି ଗ୍ରାମ ପଞ୍ଚାୟତ ରେ ବୁଲିବ ବିକାଶ ବାହନ। ଏଥି ନିମନ୍ତେ ଏକ ପ୍ରସ୍ତୁତି ବୈଠକ ରାୟଗଡ଼ ବ୍ଳକ ସଦଭାବନା ସଭା ଗୃହରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଜିତ ମିଶ୍ର,ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ବ୍ଳକ ନୋଡାଲ ଅଧିକାରୀ କାଳୁଚରଣ ନାୟକ ଉପସ୍ଥିତ ସମସ୍ତ କର୍ମକର୍ତ୍ତାଙ୍କୁ ଗାଡିର ଦୈନିକ ଯାତ୍ରା ଯୋଜନା, ବିଭିନ୍ନ ବିଭାଗୀୟ ସୁବିଧା ସୁଯୋଗ ବଣ୍ଟନ, ମୌଳିକ ସମସ୍ୟା ଚିହ୍ନଟ ଓ ଅଭିଯୋଗ ଗ୍ରହଣ ଆଦି ବିଷୟରେ ଆଲୋଚନା କରିଥିଲେ । ଏଥିରେ ଜଙ୍ଗଲ, ସ୍ଵାସ୍ଥ୍ୟ, ଜୀବିକା ମିଶନ, ମହିଳା ଓ ଶିଶୁ ବିକାଶ, ସାମାଜିକ ସୂରକ୍ଷା, ଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ବିଭାଗ,ପଶୁପାଳନ, ଶ୍ରମ, କୃଷି, ବ୍ୟାଙ୍କର ଆଦି ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଆଧାର ପଞ୍ଜିକରଣ,ଇ କେ ୱାଇସି ଅଧୁନାତନ ସହ ନୂତନ ବ୍ୟାଙ୍କ ଆକାଉଣ୍ଟ ଆଦି ସୁବିଧା ଉପଲବ୍ଧ ନେଇ ଆଲୋଚନା କରାଯାଇଥିଲା।


ସହକାରୀ ନିର୍ବାହୀ ଯନ୍ତ୍ରୀ ରାକେଶ ସାହୁ ଓ ଡ: ସୁନିଲ ମହାପାତ୍ର, ରେଞ୍ଜର କାମେଶ୍ଵର ଆଚାରୀ, ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମ ପଞ୍ଚାୟତ ସ୍ତରୀୟ ନୋଡାଲ ଅଧିକାରୀ,ବ୍ଳକ ଜୀବିକା ମିଶନ ମ୍ୟାନେଜର ପ୍ରମୂଖ ସମସ୍ତ ବ୍ଳକ ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ।
ରାୟଗଡ଼ାରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *