ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା’ର ଦୃଷ୍ଟିକୋଣ ସଂପର୍କରେ ଉପସ୍ଥାପନ l

ଭୁବନେଶ୍ୱର, ତା-୨୬.୦୯.୨୦୨୫ ଓଡ଼ିଶା ସରକାରଙ୍କ ଉନ୍ନୟନ କମିଶନର-ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ୨୫ ସେପ୍ଟେମ୍ବର ୨୦୨୫ ରେ ମହାରାଷ୍ଟ୍ରର ପୁଣେ, ୟଶାଦା ଠାରେ ଆୟୋଜିତ ‘ରାଜ୍ୟ ସହାୟତା ମିଶନ’ର ଦ୍ୱିତୀୟ କ୍ଷେତ୍ରୀୟ ସମ୍ମିଳନୀରେ ଆଭାସୀ ମାଧ୍ୟମରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ସମ୍ମିଳନୀ ନୀତି ଆୟୋଗ ଏବଂ ମହାରାଷ୍ଟ୍ର ପରିବର୍ତ୍ତନ ସଂସ୍ଥା ( ମିତ୍ରା) ସହଯୋଗରେ ଆୟୋଜିତ ହୋଇଥିଲା । “ରାଜ୍ୟ ଦୃଷ୍ଟିକୋଣ @୨୦୪୭: ବିକଶିତ ରାଜ୍ୟ ପାଇଁ ରୂପରେଖ ପ୍ରସ୍ତୁତି” ଶୀର୍ଷକ ଆଲୋଚନାରେ ନୀତି ଆୟୋଗର କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଶ୍ରୀ ପାର୍ଥସାରଥି ରେଡ୍ଡି, ଆନ୍ଧ୍ରପ୍ରଦେଶ ସରକାରଙ୍କ ଯୋଜନା ବିଭାଗ ଯୁଗ୍ମ ଶାସନ ସଚିବ ଶ୍ରୀ ଅନନ୍ତ ଶଙ୍କର, ବିସିଜି , ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଆଶୀଷ ଗର୍ଗ ଏବଂ ରାଜ୍ୟ ନୀତି ଆୟୋଗ, ଛତିଶଗଡ଼ ସରକାରଙ୍କ ଯୁଗ୍ମ ନିର୍ଦ୍ଦେଶକ ଡଃ. ନୀତୁ ଗୋରଡିୟା ପ୍ରମୁଖ ଯୋଗଦେଇଥିଲେ । ଓଡ଼ିଶାର ଆର୍ଥିକ ଏବଂ ସାମାଜିକ ପରିବର୍ତ୍ତନ ପାଇଁ ସମ୍ପୂର୍ଣ୍ଣ ରଣନୀତି ସଂପର୍କରେ ଅବତାରଣା କରି, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶ୍ରୀମତୀ ଗର୍ଗ “ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭: ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା ” ଶୀର୍ଷକରେ ଏକ ସାରଗର୍ଭକ ଉପସ୍ଥାପନ କରିଥିଲେ । ଏହି ଉପସ୍ଥାପନାରେ ସେ ଏକ ଜନକୈନ୍ଦ୍ରିକ ରୋଡ୍ ମ୍ୟାପ୍ ପ୍ରସ୍ତୁତିରେ ଓଡ଼ିଶାକୁ ଭାରତର ଅଭିବୃଦ୍ଧିର ଏକ ପ୍ରମୁଖ ଚାଳକ(କି ଡ୍ରାଇଭର ଅଫ୍ ଗ୍ରୋଥ୍ ) ଭାବରେ ଉପସ୍ଥାପିତ କରିଥିଲେ । ଶ୍ରୀମତୀ ଅନୁ ଗର୍ଗ ଏହି ଉପସ୍ଥାପନାରେ ଓଡ଼ିଶାକୁ ଭାରତର ଅଭିବୃଦ୍ଧିରେ ଏକ ଗ୍ରୋଥ୍ ଇଞ୍ଜିନ୍ ଏବଂ ପୂର୍ବୋଦୟ ପାଇଁ ଏକ ପ୍ରବେଶଦ୍ୱାର ଭାବରେ ଗଢ଼ି ତୋଳିବାରେ ରାଜ୍ୟର ପ୍ରତିବଦ୍ଧତା ସଂପର୍କରେ ଆଲୋକପାତ କରିଥିଲେ । ନିତି ଆୟୋଗର ସହଯୋଗରେ ପ୍ରସ୍ତୁତ ଭିଜନ୍ ଡକ୍ୟୁମେଣ୍ଟ ରେ ଓଡ଼ିଶାର ଆର୍ଥିକ ପ୍ରଗତିକୁ ଉନ୍ନତ କରିବା ପାଇଁ ନିଶ୍ଚିତ ଲକ୍ଷ୍ୟ ଓ ସମସ୍ତ ନାଗରିକଙ୍କ ଜୀବନମାନଦଣ୍ଡକୁ ଉନ୍ନତ କରିବାକୁ ଏକ ସ୍ପଷ୍ଟ ଲକ୍ଷ୍ୟ ଦିଆଯାଇଥିବା ସେ ପ୍ରକାଶ କରିଥିଲେ । ଶ୍ରୀମତୀ ଗର୍ଗଙ୍କ ମଧ୍ୟ ଓଡ଼ିଶାର “୩୬ ଫର୍ ୩୬” ରଣନୀତିକୁ ଉପସ୍ଥାପନ କରିଥିଲେ , ଯାହା ପାଞ୍ଚଟି ମୁଖ୍ୟ ପରିବର୍ତ୍ତନ ଆଧାରରେ ୨୦୩୬ ଓ ୨୦୪୭ ପାଇଁ ଲକ୍ଷ୍ୟ ସମୂହକୁ ହାସଲ କରିବାକୁ ଲକ୍ଷ୍ୟ ରଖିଛି, ଯଥା-ବେସରକାରୀ ପୁଞ୍ଜିନିବେଶ ବୃଦ୍ଧି କରିବା, ଏଥିପାଇଁ ଉପଯୁକ୍ତ ପରିବେଶ ତିଆରି କରିବା, ନିଷ୍ପତ୍ତିଗ୍ରହଣକୁ ତ୍ୱରିତ କରିବା, କାର୍ଯ୍ୟକ୍ଷମତା ବୃଦ୍ଧି କରିବା ଏବଂ ପ୍ରଯୁକ୍ତିକୁ ସମ୍ମନ୍ୱିତ କରିବା । ଶ୍ରୀମତୀ ଗର୍ଗ କହିଛନ୍ତି, “ଆମର ଭିଜନ୍ ରହିଛି ଏକ ବିକଶିତ ସମାଜ ପାଇଁ ରୂପରେଖ, ଯାହା ରାଜ୍ୟର ଆକାଂକ୍ଷାକୁ ଭାରତ ସରକାରର ବିକଶିତ ଭାରତର ଲକ୍ଷ୍ୟ ସହ ସଂଯୋଜିତ କରୁଛି ।” ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଆମେ ଏକ ଭବିଷ୍ୟତ ପାଇଁ ପ୍ରତିବଦ୍ଧ, ଯେଉଁଠି ଓଡ଼ିଶାର ପ୍ରତ୍ୟେକ ନାଗରିକ ସମୃଦ୍ଧି, ଉତ୍ତମ ସ୍ୱାସ୍ଥ୍ୟ ଏବଂ ସମାବେଶୀ ଅଭିବୃଦ୍ଧି ଲାଭର ଉପଭୋଗ କରିବା ସୁଯୋଗ ପାଇବେ ।”

Leave a Reply

Your email address will not be published. Required fields are marked *