ରାଷ୍ଟ୍ରପତି ଜାନୁଆରୀ ୯ରୁ ୧୦ ତାରିଖ ପର୍ଯ୍ୟନ୍ତ ମେଘାଳୟ ଓ ଓଡ଼ିଶା ଗସ୍ତ

ରାଷ୍ଟ୍ରପତି ଜାନୁଆରୀ ୯ରୁ ୧୦ ତାରିଖ ପର୍ଯ୍ୟନ୍ତ ମେଘାଳୟ ଓ ଓଡ଼ିଶା ଗସ୍ତ କରିବେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆସନ୍ତା ଜାନୁଆରୀ ୯ରୁ ୧୦ ତାରିଖ ପର୍ଯ୍ୟନ୍ତ ମେଘାଳୟ ଓ ଓଡ଼ିଶା ଗସ୍ତ କରିବେ ।ଜାନୁଆରୀ ୯ ରେ ରାଷ୍ଟ୍ରପତି ମେଘାଳୟର ଉମିୟାମଠାରେ ଉତ୍ତର-ପୂର୍ବ ପାର୍ବତ୍ୟ ଅଞ୍ଚଳ ପାଇଁ ଆଇସିଏଆର ଗବେଷଣା କମ୍ପ୍ଲେକ୍ସର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେବେ ।ଜାନୁଆରୀ ୧୦ ତାରିଖରେ ରାଷ୍ଟ୍ରପତି ଓଡ଼ିଶାର ଭୁବନେଶ୍ୱରଠାରେ ଅନୁଷ୍ଠିତ ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ଉଦଯାପନୀ ଅଧିବେଶନରେ ଯୋଗଦେଇ ପ୍ରବାସୀ ଭାରତୀୟ ସମ୍ମାନ ପୁରସ୍କାର ପ୍ରଦାନ କରିବେ।TKMରିଲିଜ ଆଇଡି : 2091177

Leave a Reply

Your email address will not be published. Required fields are marked *