କାକଟପୁର ବିଜେପି ଯୁବମୋର୍ଚ୍ଚାପକ୍ଷରୁ ପ୍ରେସମିଟ
କାକଟପୁର ବିଜେପି ଯୁବମୋର୍ଚ୍ଚାପକ୍ଷରୁ ପ୍ରେସମିଟ।କାକଟପୁର -୧୦/୧ ପୁରୀ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସମ୍ପାଦକ ରାକେଶ କୁମାର ବିଶ୍ଵାଳଙ୍କ ଆୟୋଜିତ ପ୍ରେସମିଟରେ କାକଟପୁର ନିର୍ବାଚନ ମଣ୍ଡଳୀ ସଂଯୋଜକ ସୁଦର୍ଶନ ସ୍ବାଇଁ, ପୁରୀ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଂଯୋଜକ ଶିଶିର ବେହେରା,ବରିଷ୍ଠ ବିଜେପି ନେତା ସର୍ବେଶ୍ଵର ମଲ୍ଲିକ, ଈଶ୍ୱର ଚନ୍ଦ୍ର ବେହେରା ଓ ମାଧବ ମଲ୍ଲିକଙ୍କ ଉପସ୍ଥିତରେ ଏକ ସାମ୍ବାଦିକ ସମ୍ମିଳନୀ କରି ନିମ୍ନଲିଖିତ ଦାବି ଗୁଡ଼ିକ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଉପସ୍ଥାପନା କରିଥିଲେ।କାକଟପୁର ଓ ଅସ୍ତରଙ୍ଗକୁ ,ମୋ ବସ୍ ସୁବିଧା ଉପଲବ୍ଧ କରାଯାଉ।କାରଣ ସମସ୍ତ ପ୍ରାଇଭେଟ୍ ବସ ଗୁଡ଼ିକର ପରମିଟ୍ ଅସ୍ତରଙ୍ଗ ବ୍ଳକର ପୀରଜାହାନିଆଁ ଓ ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ପଞ୍ଚାୟତ ନଗର ପର୍ଯ୍ୟନ୍ତ ଥିଲେ ମଧ୍ୟ ବସ ଗୁଡିକ କାକଟପୁରରେ ରାତ୍ରି ଯାପନ କରୁଥିବାରୁ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାକଟପୁରସ୍ଥ ଏକ ବେସରକାରୀ ବିଦ୍ୟାଳୟ ରୁ ଆଜକୁ ୪ଦିନ ହେବ ଏକ ଅପ୍ରାପ୍ତ ବୟସ୍କା ଛାତ୍ରୀ ନିଖୋଜ ହୋଇ କାକଟପୁରରେ ଆଇନ ଶୃଙ୍ଖଳାର ଅଧୋଗତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯେଉଁ ସ୍କୁଲର ବାର୍ଷିକୋତ୍ସବରେ ନିଜେ ଗୃହ ରାଷ୍ଟ୍ରମନ୍ତ୍ରୀ ମୁଖ୍ୟ ଅତିଥି ହୋଇ ଯାଇଥିଲେ।ଏସବୁ ସମସ୍ୟାର ଗୁଡ଼ିକର ତୁରନ୍ତ ସମାଧାନ କରା ନଗଲେ ବାଧ୍ୟହୋଇ ବିଜେପି ଯୁବମୋର୍ଚ୍ଚା ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ।
