32 ତମ ରାଜ୍ୟସ୍ତରୀୟ ଭଲିବଲ ଟୁର୍ନାମେଣ୍ଟ ପାଇଁ ସାମ୍ବାଦିକ ସମ୍ମିଳନୀ
ଜଗତସିଂହପୁର ଜିଲ୍ଲା ସ୍ଥାନୀୟ ଆଶ୍ରମପାଟଣା ସ୍ଥିତ ଭଲିବଲ ୟୁନିଅନ ଓ ପ୍ରଫୁଲ ପାଠାଗାର ମିଳିତ ଅIନୁକୂଲ୍ୟରେ 32 ତମ ରାଜ୍ୟସ୍ତରୀୟ ଦିବାରାତ୍ରୀ ଭଲିବଲ ଟୁର୍ନାମେଣ୍ଟ 14 ରିଖରେ ମହିଳା ଭଲିବଲ ଟୁର୍ନାମେଣ୍ଟ ଏବଂ 15 ତାରିଖରେ ପୁରୁଷ ଭଲିବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ I ଏଥି ପାଇଁ ନିରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି I ଏଥିରେ ଚଳିତ ଟୁର୍ନାମେଣ୍ଟ ପାଇଁ ନୂତନ ଜର୍ସି ଉନ୍ମୋଚିତ ହୋଇଛି I ଏହି ସମ୍ମିଳନୀରେ ଅଧ୍ୟାପକ ଲଷ୍ମୀଧର ପ୍ରଧାନ, ଦୀପ୍ତି ଦାଶ, ସମ୍ପଦ ବେହେରା, ରମେଶ ମହାନ୍ତି, ଅଞ୍ଜନ ରାୟ, ଅମିତ ଆଚାର୍ଯ୍ୟ, ଇନ୍ଦ୍ରମଣି ସାହୁ, ପ୍ରମୋଦ କୁମାର ସାହୁ, ରୋଜାଲିନ ଅଣ୍ଡିଆ, ଲଷ୍ମୀପ୍ରିୟା ପାଲ,ପ୍ରଦୀପ୍ତ ସାହୁ, ରମାକାନ୍ତ ବେହେରା , କନକ ସର୍ଜନ ସିଂହ, ସ୍ଥାନୀୟ ସରପଞ୍ଚ ଲିପକ କୁମାର ସାହୁଙ୍କ ସହିତ ସମସ୍ତ କର୍ମକର୍ତ୍ତା ଓ ଖେଳାଳି ଉପସ୍ଥିତ ଥିଲେ
