ନିଖିଳ ଉତ୍କଳ ଖଡୁରା ସମାଜର ବାର୍ଷିକ ମହୋତ୍ସବ ନିମନ୍ତେ ସାମ୍ବାଦିକ ସମ୍ମିଳନୀ
ନିଖିଳ ଉତ୍କଳ ଖଡ଼ୁରା ସମାଜରଦ୍ବିତୀୟ ବାର୍ଷିକ ମହୋତ୍ସବ ଶନିବାର ଓ ରବିବାର ପୁରୀ ବଡଦାଣ୍ଡସ୍ଥ ବଗଲା ଭି.ଆଇ.ପି ସୁଟ ପ୍ରାଙ୍ଗଣରେ ମହାଆଡମ୍ବରରେ ପାଳନ କରାଯିବ ବୋଲି ଖଡ଼ୁ ରା ସମାଜର ସଭାପତି ଗିରିଶ ନାୟକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।ଏହି ମହୋତ୍ସବରେ ପ୍ରାୟ (୩୫୦୦) ହଜାର ଖଡୁରା ଭାଇ ଓ ଭଉଣୀ ବିଭିନ୍ନ ପ୍ରାନ୍ତ ରୁ ଆସିଯୋଗ ଦେବାସହ ଛତିଶଗଡ ଓ ଝାଡଖଣ୍ଡ ରୁ ଖଡ଼ୁରା ଭାଇ ମାନେ ଯୋଗଦେବେ । ଏହି ମହୋତ୍ସବ କୁ ଶନିବାର ମୁଖ୍ୟ ଅତିଥୁ ଭାବେ ବାଚସ୍ପତି ସୁରମା ପାଢୀ ଉଦ୍ଘାଟନ କରିବେ । ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଢଙ୍ଗୀ,(ସମ୍ମାନିତ ଅତିଥୁ ରୁପେ ଯୋଗଦେବେ।ମହୋତ୍ସବ ର ୨ୟ ପର୍ଯ୍ୟାୟ ରେ ଅପରାହ୍ନରେ ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ଯୋଗଦାନ କରିବେ।ରବିବାର ସକାଳ ଘ.୭.୩୦ ମିନିଟି ସମୟରେ ନିଖୁଳ ଉତ୍କଳ ଖଡ଼ୁରା ସମାଜ ଦ୍ବାରା ଏକ ଶାନ୍ତି ଶୋଭାଯାତ୍ରା ଗୁଣ୍ଡିଚା ମନ୍ଦିର ନିକଟରୁ ଆରମ୍ଭ ହୋଇ ବଗଲା ଭି.ଆଇ.ପି ସୁଟ ନିକଟରେ ଶେଷ ହେବ ।ପରେ ଅଧିବେଶନରେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦବ ମୁଖ୍ୟ ଅତିଥି ଓ ବିଧାୟିକାଉପାସନା ମହାପାତ୍ର, ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଢଙ୍ଗୀ,ସମ୍ମାନିତ ଅତିଥ ଭାବେ କାର୍ଯ୍ୟକ୍ରମରେ ଯୋଗ ଦେବେ ।ଏହି କାର୍ଯ୍ୟକ୍ରମରେ ଖଡୁରା ଜାତିର ୨୦୨୭ ପ୍ରତିଭାଧାରୀଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯିବ ଓ ଦିବଂଗତ ବ୍ୟକ୍ତିମାନଙ୍କ ଉଦେଶରେ ଶ୍ରଦ୍ଧାଞ୍ଜଳୀ ଦିଆ ଯିବ ଖଡୁରା ଜାତିର କକା ଓକ୍ରୀଡା ଓ ଶିକ୍ଷା କ୍ଷେତ୍ରରେ ୯୦% ରଖିଥିବା ପ୍ରତିଭା ମାନଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯିବ।ବିଶେଷ ଭାବେ ଖଡ଼ୁର। ସମାଜକୁ ଶିଳ୍ପୀ କୂଳର ମାନ୍ୟତା ପ୍ରଦାନ କରିବା ଓ ସମାଜର ଉନ୍ନତି ପାଇଁ ଅଧିବେଶନ ରେ ପହିବିଧ ପ୍ରସ୍ତାବ ଆଗତ କରାଯିବ ବୋଲି ଶ୍ରୀ ନାୟକ ସୂଚନା ଦେଇଥିଲେ।ଶ୍ରୀକ୍ଷେତ୍ର ଖଡ଼ୁର। ସମାଜର ସଭାପତି ଶୁରେସ ନାୟକ,ସମ୍ପାଦକ ଯୋଗେନ୍ଦ୍ର ନାୟକ ଉପସ୍ଥିତ ଥିଲେ।
