ଜିଲ୍ଲା ଯୁବ ମହୋତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ.
ଆସନ୍ତା ୭ ରୁ ୧୨ ତାରିଖ ପର୍ଯ୍ୟନ୍ତ ବ୍ୟାସନଗର ସ୍ଥିତ ଏନ. ସି. ହାଇସ୍କୁଲ ପଡିଆ ରେ ଆରମ୍ବ ହେବାକୁ ଯାଉଛି ଯାଜପୁର ଜିଲ୍ଲା ଯୁବ ମହୋତ୍ସବ l ଏହି ମହୋତ୍ସବବ ରେ ଜିଲ୍ଲା ର କଳା, ସଂସ୍କୃତି, ସାହିତ୍ୟ, ଲୋକନୃତ୍ୟ, ଲୋକକଳା, ନାଚ ଗୀତ ଓ ବିଭିନ୍ନ କ୍ରୀଡା ଉପରେ ଅନେକ କାର୍ଯ୍ୟକ୍ରମ ରହିଥିବା ର ଦୁଃର୍ଜ୍ୟଧନ ଫାଉଂଡେସନ ସଭ୍ୟ ତଥା ଜିଲ୍ଲା ମହୋତ୍ସବ ର ଆୟୋଜକ ମାନେ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି l ୬ଦିନର ଏହି ମହୋତ୍ସବ ରେ ଯୁବ ବର୍ଗ ଙ୍କୁ ଦିଗଦର୍ଶନ ଦେବା ପାଇଁ ଅତିଥି ମାନଙ୍କୁ ନିମତ୍ରଣ କରାଯାଇଛି l ଏଥିରେ ମଧ୍ୟ ପଲିଶ୍ରୀ ମେଳା ରାଜ୍ୟସ୍ତରୀୟ ମେଲୋଡି ,ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିବା ଆୟୋଜକ ର ମୁଖ୍ୟ ଅଯୋଧ୍ୟା ଜେନା କହିଛନ୍ତି l କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଅନୁଷ୍ଠାନ ତରଫରୁ ସହର ବାସି ଙ୍କ ସହଯୋଗ ନିତ୍ୟାନ୍ତ ଆବଶ୍ୟକ ବୋଲି ସମ୍ପାଦକ ନିରଞ୍ଜନ ଘଡ଼ାଇ ନିବେଦନ କରିଥିଲେ l
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ
