ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
ଜଗତସିଂହପୁର ଜିଲ୍ଲା ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ର ବିଜେପି ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ବାଲିକୁଦା ସ୍ଥିତ ପାର୍ଟି କାର୍ଯ୍ୟାଳୟ ପାରିସର ରେ ବିଜେପି ଯୁବ ନେତା ସତ୍ୟ ସାରଥୀ ମହାନ୍ତି ଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଆସନ୍ତା ମାର୍ଚ୍ଚ 3 ତାରିଖ ଏକ ବଡ ଧରଣର ମିଶ୍ରଣ ପର୍ବ ଅନୁଷ୍ଠିତ ହେବାକୁ ଯାଉଛି । ଏହି ମିଶ୍ରଣ ପର୍ବରେ ଅନେକ ବିଜେଡି ଓ କଂଗ୍ରେସ ର କର୍ମୀମାନେ ବିଜେପି ରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେପି ଯୁବ ନେତା ସତ୍ୟ ସାରଥି ମହାନ୍ତି । ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ସଭାପତି ମନମୋହନ ସାମଲ ଙ୍କ ସହିତ ବହୁ ବରିଷ୍ଠ ବିଜେପି ନେତା ମାନେ ଉପସ୍ଥିତ ରହିବେ ବୋଲି କହିବା ସହିତ ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ସଫଳ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।
ଜଗତସିଂହପୁର ରୁ Rita ସାହୁ
