ପୁରୀ ମୁନିସିପାଲିଟି ରେ କାର୍ଯ୍ୟରତ ଠିକା କର୍ମଚାରୀ ସଂଘ ତରଫରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି
ପୁରୀ ମୁନିସିପାଲିଟି ରେ କାର୍ଯ୍ୟ ରତ ଠିକା କର୍ମଚାରୀ ସଂଘ ତରଫରୁ ସାମ୍ବାଦିକ ସମ୍ମିଳନୀ କରାଯାଇ, ସେମାନଙ୍କଦାବି ଉପସ୍ଥାପନା କରିଥିଲେ। ବର୍ଷ ବର୍ଷ ଧରି କୋଟି କୋଟି ଟଙ୍କା ବକେୟା ରଖି ପୁରୀ ମୁନିସିପାଲିଟି ବିଭିନ୍ନ ବାହାନା କରି ବିଲ ପାସ୍ ନ କରିବା ହେତୁ। ଠିକା ନେଇଥିବା କଣ୍ଟ୍ରାକ୍ଟର ମାନଙ୍କ ମାନସିକ ବିକୃତି ଘଟିବାରେ ଲାଗିଛି।ଆଜି ଠାରୁ ବକେୟା ବିଲ୍ଲ ପାସ୍ ନ ହବା ପ୍ରଯ୍ୟନ୍ତ କୌଣସି କଣ୍ଟ୍ରାକ୍ଟର ପୁରୀ ମୁନିସିପାଲିଟି ର କୌଣସି କାର୍ଯ୍ୟ କରିବେ ନାହିଁ ବୋଲି ଗଣମାଧ୍ୟମ ଙ୍କୁ ଜଣାଇ ଥିବା ବେଳେ ଅନ୍ୟ ପଟେ Administrative Technical Approval ଅନୁମୋଦନ ସହ । ଏହାର ଏକକିତା ନକଲ ଦରଖାସ୍ତ କେବଳ ତତ୍କାଳୀନ ପୁରୀ ଜିଲ୍ଲାପାଳ ଶ୍ରୀଯୁକ୍ତ ଅରବିନ୍ଦ ଅଗ୍ରୱାଲଙ୍କ ଅନୁମୋଦନ ଆବଶ୍ୟକ ଥିବା ସ୍ଥଳେ ଯଥା ସମୟରେ ଫାଲ୍ ଗୁଡ଼ିକ ଜିଲ୍ଲାପାଳଙ୍କ ନିକଟକୁ ପଠାଇବାରେ ପୁରୀ ପୌର ଅଧିକାରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ମିଶ୍ରଙ୍କ ଅବହେଳା ପାଇଁ ଆଜିର ଏ ସମସ୍ୟା ଯାହା ଫଳରେ ଆମ୍ଭମାନଙ୍କର କାର୍ଯ୍ୟକରିଥିବା ପ୍ରାପ୍ୟ ଅର୍ଥ ନ ପାଇ ଆମ୍ଭେମାନେ ଆର୍ଥିକ ଦୂରାବସ୍ଥାରେ କାଳାତୀପାତ କରିବା ସହିତ ଋଣଗ୍ରସ୍ତ ଏବଂ ମାନସିକ ଅସ୍ଥିର ଅବସ୍ଥାରେ ଅଛୁ। ଏଥିପାଇଁ ତତ୍କାଳୀନ ପୁରୀପୌର ସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ମିଶ୍ରଙ୍କୁ ସଂପୂର୍ଣ ରୂପେ ଦାୟୀ କରୁଅଛୁ । ଆମ୍ଭମାନଙ୍କର ନ୍ୟାର୍ଯ୍ୟ ପ୍ରାପ୍ୟ ପ୍ରଦାନ କରାଯାଇ ନଚେତ, ଶ୍ରୀଯୁକ୍ତ ସଞ୍ଜୟ କୁମାର ମିଶ୍ରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।ଶେଷରେ ବର୍ତ୍ତମାନର ପୁରୀ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଅଭିମନ୍ୟୁ ବେହେରା ଏବଂ ପୁରୀ ଜିଲ୍ଲାପାଳ ଶ୍ରୀଯୁକ୍ତ ଦିବ୍ୟଜ୍ୟୋତି ପରିଡ଼ା ମହୋଦୟଙ୍କୁ ଦାବିପତ୍ର ଦେଇଥିବା କୁହା ଯାଇଛି,,
