ଗଜପତି ମହାରାଜାଙ୍କ ଜଗତସିଂହପୁର ଜିଲ୍ଲା ନାଉଗାଁ ଆଗମନ କୁ ସାମ୍ବାଦିକ ସମ୍ମିଳନୀ

Date-07/12/25- ଜଗତସିଂହପୁର ଜିଲ୍ଲା ନାଉଗାଁ ସ୍ଥିତ ମା ଜାଗୁଳାଇ ପୀଠ ଠାରେ ଆସନ୍ତା ଡିସେମ୍ବର ୨୬ ରୁ ୩୦ ତାରିଖ ପର୍ଯ୍ୟନ୍ତ ବ୍ୟକ୍ତିତ୍ୱ ବିକାଶ ଶିବିର ଆୟୋଜିତ ହେବ । ଶ୍ରୀ ଗୁରୁକୃପା ଚାରିଟେବୁଲ ଟ୍ରଷ୍ଟ ଓ ବିଶ୍ୱ ସନାତନ ଯୁବ ସେବା ସଂଘ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ଅତିଥି ଭାବେ ଶ୍ରୀ ଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ମହାରାଜଙ୍କ ସମେତ ପତିଆଲା ପଞ୍ଜାବ ସ୍ଥିତ ଚିନ୍ମୟ ମିଶନର ମୁଖ୍ୟ ସ୍ୱାମୀ ମାଧବାନନ୍ଦ ସରସ୍ୱତୀ ମହାରାଜ, ଗୀତା ଆଶ୍ରମ ଭୁବନେଶ୍ୱରର ସ୍ୱାମୀ ଜଗଦିଶାନନ୍ଦ ସରସ୍ୱତୀ ମହାରାଜ, ପରମହଂସ ସ୍ୱାମୀ ପ୍ରଜ୍ଞାନନ୍ଦଗିରି ମହାରାଜ, ଓଡିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟମୂର୍ତି ଆନନ୍ଦ ଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରବିଛି ବୋଲି ଶ୍ରୀ ଗୁରୁକୁପା ଆଶ୍ରମର ମୁଖ୍ୟ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୁଚନା ଦେଇଛନ୍ତି ।ଏହା ସହିତ ବାବା ସତ୍ୟାନନ୍ଦ ଦାସ ମହାରାଜ କହିଛନ୍ତି ଯେ ସମାଜରେ ଉତ୍ତମ ମଣିଷ ଗଠନ କରିବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ।

Leave a Reply

Your email address will not be published. Required fields are marked *