ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜାତୀୟ ମେଧା ଅନ୍ୱେଷଣ କାର୍ଯ୍ୟକ୍ରମକୁ ସାମ୍ବାଦିକ ସମ୍ମିଳନୀ l

ଦେଶ ସମ୍ପ୍ରତି ଘଡ଼ିସନ୍ଧି ମୂହର୍ତ୍ତରେ ଗତି କରୁଛି ll ଆମ ଗଣତାନ୍ତ୍ରିକ ବିଧିବ୍ୟବସ୍ଥା କୁ ଖିନ୍ନଭିନ୍ନ କରିବାକୁ ବିଜେପି ଚେଷ୍ଟା କରୁଛି ll କଷ୍ଟଉପାର୍ଜିତ ସମ୍ବିଧାନ ଓ ସ୍ୱାଧୀନତା କୁ ଅକ୍ଷୁର୍ଣ ରଖିବା ପ୍ରତ୍ୟେକ ଦେଶବାସୀ ଙ୍କ ମୌଳିକ କର୍ତ୍ତବ୍ୟ ll ଅଗଣିତ ଯୁବବର୍ଗ ମନରେ ଏ ନେଇ କ୍ଷୁବ ମଧ୍ୟ ଜାଗ୍ରତ ହୋଇଛି ll ସୁଯୋଗ ମିଳିଲେ ଯୁବବର୍ଗ ଏହି ହୀନ ଚକ୍ରାନ୍ତର ଉଚିତ ଜବାବ ଦେବେ ଓ ବ୍ୟାପକ ଜଣସଚେତନତା ସୃଷ୍ଟି କରିପାରିବେ ll ଏଥି ପାଇଁ କଂଗ୍ରେସ ଆଗେଇ ଆସିଛି ll ଅନ୍ୟାୟ, ଅନୀତି ବିରୁଦ୍ଧରେ ସ୍ୱର ଉତ୍ତାଳନ କରି ଦେଶ ମାତୃକା ର ସେବା କରିବାକୁ ଚାହୁଁ ଥିବା ତଥା କଂଗ୍ରେସ ର ନୀତି ଆଦର୍ଶ ଓ କାର୍ଯ୍ୟକ୍ରମ ର ବିଶ୍ୱାସ ରଖୁଥିବା ବନ୍ଧୁ ମାନଙ୍କ ପାଇଁ ବଡ ସୁଯୋଗ ବୋଲି ଆଜି ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଶ୍ରୀ ନଳିନୀ ମହାନ୍ତି ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲା ସଭାପତି ଶ୍ରୀ ନଳିନୀ କାନ୍ତ ମହାନ୍ତି ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି ll ଓଡିଶା ପ୍ରଦେଶ କଂଗ୍ରେସ କମିଟି ର ନିର୍ଦେଶ କ୍ରମେ ଏଆଇସିସି “ଜାତୀୟ ମେଧା ଅନ୍ବେଷଣ” କାର୍ଯ୍ୟକ୍ରମ ଜରିଆରେ ଦକ୍ଷ ଓ ପ୍ରତିଭାବାନ ଉପସ୍ଥାପକ,ମୁଖପାତ୍ର, ଗଣମାଧ୍ୟମ ସଂଯୋଜକ ଓ ଗବେଷଣାତ୍ମକ ସଂଯୋଜକ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଜିଲ୍ଲା ସଭାପତି ଶ୍ରୀମହାନ୍ତି ଗଣମାଧ୍ୟମ କୁ ସୂଚନା ଦେବା ସହ ଚଳିତ ମାସ ୩୦ ତାରିଖ ରବିବାର ସୁଦ୍ଧା ଏହି ଚୟନ ପ୍ରକ୍ରିୟା ଚାଲୁ ରହିବ ବୋଲି ମଧ୍ୟ କହିଛନ୍ତି ll ଏହି ସାମ୍ବାଦିକ ସମ୍ମିଳନୀ ରେ ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ମହାନ୍ତି, ପୀତବାସ ଧଳଙ୍କ ସମେତ ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ ll

Leave a Reply

Your email address will not be published. Required fields are marked *