୩୦ ତମ ପୁସ୍ତକମେଳା ଉପଲକ୍ଷେ ସାମ୍ବାଦିକ ସମ୍ମିଳନୀ

ଆସନ୍ତା ୦୪ ରୁ ୧୩ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ୧୦ ଦିନ ବ୍ୟାପୀ ୩୦ତମ ଶ୍ରୀକ୍ଷେତ୍ର ପୁସ୍ତକମେଳାଜ୍ଞାନ ଆଗ୍ରହୀ ପାଠକଙ୍କ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ ଓ ଶ୍ରୀକ୍ଷେତ୍ର ପୁସ୍ତକମେଳା କମିଟିର ମିଳିତ ସ‌ହ‌ଯୋଗରେ ପୁରୀ ଭୋଳନାଥ ବିଦ୍ୟାପୀଠରେ ୩୦ତମ ଶ୍ରୀକ୍ଷେତ୍ର ପୁସ୍ତକମେଳା ଆୟୋଜିତ ହେଉଛି । ଜାନୁଆରୀ ୪ ରୁ ଆରମ୍ଭ ହେଉଥିବା ଏହି ପୁସ୍ତକ ମେଳା, ୧୦ ଦିନ ଅର୍ଥାତ୍ ଜାନୁଆରୀ ୧୩ ଯାଏଁ ପ୍ରତିଦିନ ଦିବା ୨ ଘଟିକା ଠାରୁ ରାତ୍ର ୯ ଘଟିକା ଯାଏଁ ଖୋଲା ରହିବ । ଏହି ପୁସ୍ତକ ମେଳାରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତ ସହ ସୁଦୂର ଦିଲ୍ଲୀରୁ ୫୦ ରୁ ବର୍ଜ୍ ପ୍ରକାଶକ ଯୋଗ ଦେଇଥିବାବେଳେ ୧୨୦ ରୁ ଉର୍ଦ୍ଧ ଷ୍ଟଲ ସଂଲଗ୍ନ ହେବାର ସମ୍ଭାବନା ରହିଛି । ଏହି ମେଳାରେ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ, ନୃତ୍ୟ, ଭକ୍ତି ସଙ୍ଗୀତ, ସାହିତ୍ୟ ଆସର ଓ ଆଲୋଚନା ଚକ୍ର ଅନୁଷ୍ଠିତ ହେବ । ଚଳିତ ବର୍ଷ ୨୦୨୬ ବର୍ଷ ପାଇଁ ଉଦ୍‌ଯାପନୀ ସନ୍ଧ୍ୟାରେ ଗବେଷଣା କ୍ଷେତ୍ରରେ ଗବେଷକ ଶ୍ରୀଯୁକ୍ତ ଗୌରାଙ୍ଗ ଚରଣ ପରିଡ଼ା, ସାହିତ୍ୟ କ୍ଷେତ୍ରରେ ଶ୍ରୀଯୁକ୍ତ ପବିତ୍ରମୋହନ ଦାଶ ଓ ପ୍ରକାଶକ କ୍ଷେତ୍ରରେ ଗୀତାଞ୍ଜଳି ପବ୍ଲିକେଶନ, ଙ୍କୁ ପୁସ୍ତକମେଳା ସମ୍ମାନ ଦିଆଯିବା ସହିତ ଓଡ଼ିଶାର ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଉଚ୍ଚନୀୟ ଅବଦାନ ପାଇଁ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ସାମନ୍ତରାୟଙ୍କୁ ଶ୍ରୀକ୍ଷେତ୍ର ପୁସ୍ତକମେଳା କମିଟି ପକ୍ଷରୁ ରାଜ୍ୟ ସ୍ତରୀୟ ସାହିତ୍ୟିକ ସାରସ୍ଵତ ସାଧକ ସମ୍ମାନ ଏଥି ସହିତ ଶ୍ରୀଯୁକ୍ତ ପ୍ରଫେସର (ଡ଼) ପୂର୍ଣଚନ୍ଦ୍ର ମିଶ୍ର “ସୁନୀଲ ରଥ, “ସ୍ମାରକୀ ଗବେଷକ ସମ୍ମାନ” ପ୍ରଦାନ କରାଯିବ । ଏହି ମେଳାରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଅନ୍ୟୁନ ଲକ୍ଷାଧୂକ ପାଠକ,ସାହିତ୍ୟିକ ଶିକ୍ଷାବିତ୍ ଓ ଛାତ୍ର ଛାତ୍ରୀ ଯୋଗ ଦେବେ ବୋଲି ଆଶା କରାଯାଇଛି l

Leave a Reply

Your email address will not be published. Required fields are marked *