ରାଜ୍ୟରେ ମହିଳା ନିର୍ଯ୍ୟାତନା ବୃଦ୍ଧି ପ୍ରତିବାଦରେ ସାମ୍ବାଦିକ ସମ୍ମିଳନୀ

ଓଡ଼ିଶାରେ ମହିଳା ଅତ୍ୟାଚାର ଆଶାତୀତ ଭାବେ ବଢିଚାଲିଛି । ଏ କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ଚତୁର୍ଥ ସ୍ଥାନରେ ପହଞ୍ଚିଛି । ଏହାକୁ ନେଇ ଜଗତସିଂହପୁର ଠାରେ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକଙ୍କ ସଭାପତିତ୍ୱ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି ପର୍ଯ୍ୟବେକ୍ଷକ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀନିବାସ ରାଉତରାୟ ଓ ଗିରିବାଳା ବେହେରା ପ୍ରମୁଖ ଯୋଗଦେଇ ଉଭୟ ବିଜେଡି ଓ ଭାଜପା ଉପରେ ବର୍ଷିଥିଲେ । ତେବେ ଆଗାମୀ 27 ତାରିଖରେ ଏହାର ପ୍ରତିବାଦରେ କଂଗ୍ରେସ ବିଧାନସଭା ଘେରାଉ କରିବାକୁ ଯାଉଛି । ଏଥିରେ ଜଗତସିଂହପୁର ଜିଲ୍ଲାର ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ୍ବ କଂଗ୍ରେସ ନେତା ଓ କର୍ମୀମାନେ ଯୋଗଦେବେ । ତେବେ ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ନାରୀନେତ୍ରୀ ପ୍ରତିମା ମଲ୍ଲିକ, ଯୁବ ନେତା ନିରଞ୍ଜନ ନାୟକ, ନଳିନୀ କୁମାର ସ୍ୱାଇଁ ପ୍ରମୁଖ ବହୁ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ ।

ଜଗତସିଂହପୁର ରୁ ରୀତା ସାହୁ

Leave a Reply

Your email address will not be published. Required fields are marked *