ପ୍ରେସ ୱିଜ୍ଞପ୍ତିପୁରୀ ଜିଲ୍ଲା ଅଧୀନସ୍ଥ କୃଷ୍ଣପ୍ରସାଦ ଥାନା ସୀମା ଅଭ୍ୟନ୍ତରରେ ଗୋଟିଏ ନାବାଳିକା ଉପରେ ଦୁଷ୍କର୍ମ ଘଟଣା ଘଟିଥିଲା ।
ପୁରୀ ଜିଲ୍ଲା ଅଧୀନସ୍ଥ କୃଷ୍ଣପ୍ରସାଦ ଥାନା ସୀମା ଅଭ୍ୟନ୍ତରରେ ଗୋଟିଏ ନାବାଳିକା ଉପରେ ଦୁଷ୍କର୍ମ ଘଟଣା ଘଟିଥିଲା । ଏହା ସମ୍ବନ୍ଧରେ କୃଷ୍ଣପ୍ରସାଦ ଥାନାରେ ମାମଲା ନମ୍ବର–109, ତାରିଖ 09.05.2024, ଧାରା–376(3)/506 ଭାରତୀୟ ଦଣ୍ଡ ସଂହିତା ଓ ଧାରା–4 ପକ୍ସୋ ଆଇନ ଅନୁସାରେ ରେଜିଷ୍ଟର ହୋଇଥିଲା ।ଏହି ମାମଲାରେ ଅଭିଯୁକ୍ତ ହେଲେ ହରିହର ପାହାଣ @ ହରିଆ, ବୟସ 40 ବର୍ଷ, ପିତା ଭୀମସେନ ପାହାଣ, ଗ୍ରାମ ଜହ୍ନବୁଡ଼ି, ବଡ଼ଝାଡ଼ା, ପୋଷ୍ଟ–ବଡ଼ଝାଡ଼ା, ପୋଲିସ ଷ୍ଟେସନ–କୃଷ୍ଣପ୍ରସାଦ, ଜିଲ୍ଲା–ପୁରୀ।ଘଟଣା ତାରିଖ 07.05.2024 ସନ୍ଧ୍ୟା 7.30 ବେଳେ ଘଟିଥିଲା, ଯେତେବେଳେ ନାବାଳିକା ନିଜ ଘରକୁ ଟ୍ୟୁସନ୍ରୁ ଫେରୁଥିଲେ । ସେତେବେଳେ ଅଭିଯୁକ୍ତ ଜଣେ ତାହାକୁ ଘର ପଛ ପଟକୁ ନେଇ ବଳପୂର୍ବକ ଦୁଷ୍କର୍ମ କରିଥିଲା ବୋଲି ଅଭିଯୋଗ ହୋଇଥିଲା ।ଘଟଣା ପରେ କୃଷ୍ଣପ୍ରସାଦ ଥାନାର ଅଧିକାରୀ ଶ୍ରୀ ବସନ୍ତ କୁମାର ସାହୁ, IIC ତଦନ୍ତ ଦାୟିତ୍ୱ ଗ୍ରହଣ କରି ଅଭିଯୋଗକାରୀ, ସାକ୍ଷୀମାନଙ୍କୁ ପଚାରାଉଚାର କରିଥିଲେ, ପୀଡିତାଙ୍କ ଜବାନ 161 ଓ 164 CrPC ଅନୁସାରେ ରେକର୍ଡ ହୋଇଥିଲା, ଏବଂ ଚିକିତ୍ସା ପରୀକ୍ଷା ହୋଇଥିଲା । ଅଭିଯୁକ୍ତଙ୍କୁ 11.05.2024 ତାରିଖରେ ଗିରଫ କରି ଆଦାଲତକୁ ପଠାଯାଇଥିଲା ।ସମ୍ପୂର୍ଣ୍ଣ ତଦନ୍ତ ଶେଷ ହେବା ପରେ, କୃଷ୍ଣପ୍ରସାଦ ପୋଲିସ ଦ୍ୱାରା ଚାର୍ଜଶିଟ୍ ନମ୍ବର 132, ତାରିଖ 30.06.2024 ରେ ଦାଖଲ କରାଯାଇଥିଲା ।ଆଜି ତାରିଖ 10.10.2024 ରେ ଶ୍ରୀମାନ ଅତିରିକ୍ତ ଜିଲ୍ଲା ଓ ସେସନ୍ ନ୍ୟାୟାଧୀଶ–କମ୍–ସ୍ପେସିଆଲ୍ କୋର୍ଟ (ପକ୍ସୋ ଆଇନ), ପୁରୀ ମହୋଦୟଙ୍କ ଆଦେଶ ଅନୁଯାୟୀ ଅଭିଯୁକ୍ତ ହରିହର ପାହାଣ @ ହରିଆଙ୍କୁ 20 ବର୍ଷ କାରାଦଣ୍ଡ ଓ ପୀଡିତାଙ୍କ ପାଇଁ ରୁ. 7,00,000/- (ସାତ ଲକ୍ଷ ଟଙ୍କା) ମୁଆବଜା ଦେବାକୁ ଦଣ୍ଡିତ କରାଯାଇଛି ।
