ଆରଏମଏସ ସ୍ଥାନାନ୍ତର ପ୍ରତିବାଦରେ ଭଦ୍ରକ ନାଗରିକ ମଞ୍ଚ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ
ଭଦ୍ରକ: ବର୍ଷ ବର୍ଷ ଧରି ନାହିଁ ନାହିଁରେ ଚାଲିଥିବା ଭଦ୍ରକ ଜିଲ୍ଲା ପାଇଁ ଡାକ ମଣ୍ଡଳର ଏକ ବିଭାଗୀୟ ନିଷ୍ପତ୍ତି ଲକ୍ଷ ଲକ୍ଷ ଜିଲ୍ଲାବାସୀଙ୍କୁ ମର୍ମାହତ କରିଛି। ରେଲୱେ ମେଲ୍ ସର୍ଭିସ୍ ଭଳି ଏକ ବହୁ ଆବଶ୍ୟକୀୟ ଗୁରୁତ୍ୱପୂର୍ଣ୍ଣ ସେବା ଭଦ୍ରକରେ ବନ୍ଦ ହୋଇ ଯାଇଛି। ମୁଖ୍ୟ ଡାକ ମଣ୍ଡଳ ସାଧାରଣ ପରିଚାଳକ(ସିପିଏମଜି), ଭୁବନେଶ୍ୱରଙ୍କ ଚିଠି ଦ୍ବାରା ସ୍ପଷ୍ଟ ହୋଇଛି ଯେ ଭଦ୍ରକର ଆରଏମଏସ ବାଲେଶ୍ଵର ସହ ମିଶ୍ରଣ ହୋଇଛି। ୨୦୧୮ ରୁ ଧୀରେ ଧୀରେ ବିଭିନ୍ନ ସେବା ସ୍ପିଡ ପୋଷ୍ଟ, ରେଜେଷ୍ଟ୍ରି, ପାର୍ସଲ ଆଦି ପଡୋଶୀ ବାଲେଶ୍ଵର ଓ ଯାଜପୁର ଜିଲ୍ଲାକୁ ଉଠି ଗଲାଣି। ଏହାକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ଭଦ୍ରକ ନାଗରିକ ମଞ୍ଚ ପକ୍ଷରୁ ସହରର ଗାନ୍ଧୀ ପଡ଼ିଆ ସୀତାରାମ କଲ୍ୟାଣ ମଣ୍ଡପରେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ସିପିଏମଜିଙ୍କର ଏଭଳି ନିଷ୍ପତ୍ତିକୁ ବିରୋଧ କରାଯିବା ସହ ସରକାର ସ୍ଥାନାନ୍ତର ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଜିଲ୍ଲାବାସୀଙ୍କ ପକ୍ଷରୁ ଦାବି କରାଯାଇଛି।
ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ ଭଦ୍ରକ
