କିଟ ଓ କିସ ବିଶ୍ୱବିଦ୍ୟାଳୟକୁ ନେଇ ବିବାଦ ଥମିବାର ନା ଧରୁ
– କିଟ ଓ କିସ ବିଶ୍ୱବିଦ୍ୟାଳୟକୁ ନେଇ ବିବାଦ ଥମିବାର ନା ଧରୁ ନ ଥିବା ବେଳେ ଜଗତସିଂହପୁର ଜିଲ୍ଲା ର କିଛି ବୁଦ୍ଧିଜୀବି, ଶିକ୍ଷାବିତ ଓ ସାମାଜିକ କର୍ମୀମାନେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଶାଳୀଜଙ୍ଗା ସାଇ ମନ୍ଦିର ପରିସରରେ ଆୟୋଜିତ ସମ୍ମିଳନୀରେ କିଟ କିସ ବିବାଦ କୁ ନିରପେକ୍ଷ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଥିବାବେଳେ ଏଭଳି ବିଶ୍ୱସ୍ତରୀୟ ଶିକ୍ଷାଅନୁଷ୍ଠାନକୁ ବଦନାମ ଓ ରାଜନୀତିକରଣ କରା ନ ଯିବାକୁ ଦାବି କରିଛନ୍ତି । ଅନ୍ୟପଟେ କିଟ ଓ କିସ ର ପ୍ରତିଷ୍ଠାତା ଡ଼ଃ ଅଚ୍ୟୁତ ସାମନ୍ତ ଯଦି ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ , ମାତ୍ର କୋଣସି ପ୍ରମାଣ ନ ଥାଇ ଜଣେ ବିଶ୍ୱସ୍ତରୀୟ ଶିକ୍ଷାବିତଙ୍କୁ ଯେଭଳି ଭାବେ ନିନ୍ଦିତ କରାଯାଉଛି ସେଥିରୁ ନିବୃତ ରହିବା ପାଇଁ ଅନୁରୋଧ କରାଯାଇଛି । ଆହୁରି ମଧ୍ୟ କୁହାଯାଇଛି ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି କିଟ ଓ କିସ ବିଶ୍ୱବିଦ୍ୟାଳୟ କିପରି ପୂର୍ବ ଅବସ୍ଥାକୁ ଫେରି ଆସିପାରିବ , ସେ ବାବଦରେ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଦାବି ଉପସ୍ଥାପିତ କରାଯାଇଛି ।
